ନିର୍ବାଚନ ପ୍ରଚାର ଆସି ଜମିରେ ଗହମ କାଟୁଛନ୍ତି ହେମା ମାଳିନୀ

ଲୋକସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରଚାରକୁ ସେତିକି ଜୋରଦାର କରୁଛନ୍ତି। ସମସ୍ତେ ନିଜ ନିଜ ଉପାୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଚାଲିଛନ୍ତି। ତେବେ ପ୍ରଚାର କରିବାକୁ ଯାଇ ଜମିରେ ଗହମ କାଟୁଛନ୍ତି ହେମା ମାଳିନୀ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ମଥୁରା ଲୋକସଭା କ୍ଷେତ୍ର ପାଇଁ ବିଜେପିରୁ ଟିକେଟ ପାଇଥିବା ହେମା ମାଳିନୀ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଲୋକଙ୍କ ଭେଟିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି ।

ଗୁରୁବାର ଏକ ଗାଁକୁ ଯାଇ ସେଠିକାର ମହିଳା ଚାଷୀଙ୍କ ସହ କଥା ହୋଇଥିଲେ ଏବଂ ଗହମ ବିଲରେ ପଶି ଫସଲ କାଟିଥିଲେ । ନିଜେ ହେମା ଏହି ଫଟୋକୁ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି।ଏହି ସମୟରେ କିଛି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଏହି ଫଟୋକୁ ପୋଷ୍ଟ କରି ହେମା ମାଳିନୀ ଲେଖିଛନ୍ତି ଯେ ଯେଉଁ ଚାଷୀଙ୍କ ସହିତ ସେ ୧୦ବର୍ଷ ହେଲାଣି ରହିଛନ୍ତି ଆଜି ତାଙ୍କ କ୍ଷେତକୁ ଯାଇ ଗହମ କାଟିଥିଲି। ସେମାନଙ୍କ ସହ ମିଶି ଫଟୋ ମଧ୍ୟ ଉଠାଇଥିଲି। ଏହି ସବୁ ଚାଷୀଙ୍କୁ ସେ ନିୟମିତ ସାକ୍ଷାତ କରୁଥିବା କହିଛନ୍ତି।