ନିର୍ବାଚନ ଲଢ଼ିବେ କି ମାଧୁରୀ ?

ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ। ଗତ କିଛି ଦିନ ହେବ ତାଙ୍କ ବିଷୟରେ ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଚାଲିଥିଲା ।ନିକଟରେ ଏକ ଜାତୀୟ ଗଣମାଧ୍ୟମର ଟକ ସୋ’ ମାଧୁରୀ ଏବଂ ତାଙ୍କ ସ୍ବାମୀ ଯୋଗ ଦେଇଥିବାବେଳେ ୨୦୨୪ ନିର୍ବାଚନୀ ମଇଦାନରେ ପାଦ ଦେବେ କି ନାହିଁ? ,ଭଳି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସିଧାସଳଖ ମନା କରିଛନ୍ତି ମାଧୁରୀ । ସେ କହିଛନ୍ତି କି, ମୋର ନିର୍ବାଚନ ଲଢ଼ିବାର ନାହିଁ । ନିର୍ବାଚନ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ । ଏପରିକି ପ୍ରତି ନିର୍ବାଚନ ସମୟରେ ମଧ୍ୟ କିଛି ଦଳମାନେ ଲଢ଼ିବା ପାଇଁ ଅଫର ଦିଅନ୍ତି ।

ମାଧୁରୀ ଦୀକ୍ଷିତ ରାଜନୀତିରେ ଯୋଗଦେବା ଗୁଜବକୁ ସମାପ୍ତ କରିଥିଲେ। ଏହା ସହ ତାଙ୍କ ସ୍ଵାମୀ ରାଜନୀତିରେ ନିଜର ମତ ପ୍ରକାଶ କରିଥିବାବେଳେ ସେ କହିଛନ୍ତି ଯେ ଆମେ ସମସ୍ତଙ୍କୁ ସମର୍ଥନ କରୁଛୁ, ଆମେ ନିରପେକ୍ଷ। କିନ୍ତୁ ଯଦି କେହି ଭଲ କାମ କରନ୍ତି ତେବେ ତାଙ୍କୁ ସମର୍ଥନ କରାଯିବା ଉଚିତ୍ ।