ନିର୍ବାଚନ ଲଢୁଥିବା ରାମାୟଣର ‘ରାମ’ କେତେ ଧନୀ

ଚଳିତ ବର୍ଷର ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବହୁ ସିଟିଂ ଏମପିଙ୍କ ଟିକେଟ କଟାଯାଇଥିଲା ଏବଂ କିଛି ନାମ ମଧ୍ୟ ଦେଖାଯାଇଥିଲା ଯାହା ଉପରେ ବହୁ ଆଲୋଚନା ହେଉଛି। ତେବେ ଏହି ତାଲିକାରେ ଉତ୍ତରପ୍ରଦେଶର ମେରଟରୁ ପ୍ରାର୍ଥୀ ଭାବେ ରାମାୟଣ ଧାରାବାହିକରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କୁ ଟିକେଟ ମିଳିଥିବା ଉଲ୍ଳେଖ ରହିଛି। ଅରୁଣ ମିରଟରେ ୧୨ ଜାନୁଆରୀ ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ସିରିଏଲ ରାମାୟଣ ସହ ବହୁ ସିରିଏଲରେ ଅଭିନୟ କରିଛନ୍ତି ।

ତେବେ ରାଜନୀତିରେ ପ୍ରବେଶ କରିଥିବା ଅରୁଣ ଗୋଭିଲଙ୍କ ମୋଟ ସମ୍ପତ୍ତି କେତେ? ଏବଂ ସେ ରାମାୟଣର ଗୋଟିଏ ଏପିସୋଡ ପାଇଁ କେତେ ଟଙ୍କା ନେଉଥିଲେ?ପ୍ରକ‌ାଶିତ ରିପୋର୍ଟ ମୁତାବକ, ଅରୁଣ ଗୋବିଲ ‘ରାମାୟଣ’ର ପ୍ରତ୍ୟେକ ଅଧ୍ୟାୟ ପାଇଁ ପାଖାପାଖି ୫୧ହଜାର ଟଙ୍କାର ପାରିଶ୍ରମିକ ନେଇଥିଲେ। ରାମାୟଣ ୮୧ଟି ଅଧ୍ୟାୟର ରହିଥିବା ବେଳେ ଅରୁଣ ଏହି ଧ‌ାରାବାହିକ ପାଇଁ ପାଖାପାଖି ୪୦ଲକ୍ଷ ଟଙ୍କା ନେଇଥିବା ଅନୁମାନ କରାଯାଉଛି।ଏହା ପରେ ତାଙ୍କୁ ଆଉ ଏକ ସିରିଏଲରୁ ୫୦ ଲକ୍ଷ ମିଳିଥିଲା । ମିଡିଆ ରିପୋର୍ଟ ଅନୁସାରେ ଅରୁଣଙ୍କ ସମ୍ପତ୍ତି ମୋଟ ୩୮ କୋଟି । ୨୦୨୨ରେ ସେ ୬୦ ଲକ୍ଷ ଟଙ୍କାର ଏକ ଲକ୍ଜୁରୀ କାର୍ ବି କିଣିଥିଲେ । ଏହା ସହ ମୁମ୍ବାଇରେ ତାଙ୍କର ଏକ ଆଲିସାନ୍ ଘର ବି ରହିଛି । ଏବେ ତାଙ୍କର ବର୍ଷକୁ ରୋଜଗାର ୪ ଲକ୍ଷ ବୋଲି କହିଛନ୍ତି । ଅଭିନୟ ଏବଂ ବିଜ୍ଞାପନରୁ ଏହି ଟଙ୍କା ସେ ରୋଜଗାର କରନ୍ତି ।