ନିଲମ୍ବିତ ହେଲେ କଟକ CRRI ଥାନା ଅଧିକାରୀ

ନିଲମ୍ବିତ ହେଲେ କଟକ CRRI ଥାନା ଅଧିକାରୀ ବିଜୟ କୁମାର ବାରିକ। ତାଙ୍କୁ ପୋଲିସ ଡିଜି ୱାଇ.ବି ଖୁରାନିଆ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ କଟକ ସିଆରଆରଆଇ ଥାନାର ଆଇଆଇସି। ଭୁବନେଶ୍ୱର ରାଜମହଲ ଛକରୁ ବିଜୟ ବାରିକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନଠାରୁ ଲାଞ୍ଚ ନେବା ବେଳେ ଗିରଫ ହୋଇଥିଲେ ବିଜୟ କୁମାର ବାରିକ। ଗିରଫ ପରେ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ କରିଥିଲା ଭିଜିଲାନ୍ସ। ତଲାସି ସମୟରେ ଭୁବନେଶ୍ୱରର ୟୁନିଟ୍ ୧ ସରକାରୀ କ୍ୱାର୍ଟରରୁ ପ୍ରାୟ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା