ନିଶାଶକ୍ତ ଅବସ୍ଥାରେ ସ୍କୁଲ ଆସିଲେ ଶିକ୍ଷକ । ପାଠ ପଢାଇବେ କଣ…

ନିଶାଶକ୍ତ ଅବସ୍ଥାରେ ସ୍କୁଲ ଆସିଲେ ଶିକ୍ଷକ । ପାଠ ପଢାଇବେ କଣ, ସିଧା ଶୋଇପଡ଼ିଲେ। ସୋସିଆଲ ମିଡିଆରେ କାମାକ୍ଷନଗର ନିକଟ ନୂଆଟିପିଲେଇ ପ୍ରାଥମିକବିଦ୍ୟାଳୟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରପ୍ରାସ୍ତ ପ୍ରଧାନ ଶିକ୍ଷକ ସକାଳୁ ସ୍କୁଲ ଆସିଛନ୍ତି । ଆଉ ସ୍କୁଲକୁ ଆସି ଶ୍ରେଣୀରେ ଶୋଇପଡ଼ିଛନ୍ତି । ସେଠାରେ ପିଲାମାନେ ମଧ୍ୟ ଅଛନ୍ତି ।

ଆଉ ସାରଙ୍କୁ ଏତେ ମାତ୍ରାରେ ନିଦ ଯେ, ଯେତେ ପେଲିଲେ ଠେଲିଲେ ଦୋହଲେଇଲେ ବି ସାରଙ୍କ ନିଦ ଭାଙ୍ଗୁନି। ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବସୂଚନା ଅନୁସାରେ ଏହି ଶିକ୍ଷକ ବାରୁଆଁ ପଞ୍ଚାୟତ ମଠଖୋକସା ବିଦ୍ୟାଳୟରେ ନିଶାଶକ୍ତ ଅବସ୍ଥାରେ ଧରାପଡିବାରୁ ନିଲମ୍ବନ ମଧ୍ୟ ହୋଇଥିଲେ।ସ୍କୁଲ ପିଲାଙ୍କ କହିବା କଥା ସାର ଅଧିକାଂଶ ସମୟରେ ଏମିତି ମଦ ପିଇ କ୍ଲାସକୁ ଆସୁଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା, ଏହି ସ୍କୁଲ ପାଇଁ ମାତ୍ର ଜଣେ ହିଁ ଶିକ୍ଷକ ।