‘ନିଶା ଠାରୁ ଦୂରେଇ ରୁହ, ମୋ ଭଳି ଯନ୍ତ୍ରଣା ନପାଅ’

ଓଲିଉଡରେ ସାତ୍ୟକି ଜଣେ ଜଣାଶୁଣା ଅଭିନେତା। ମୁଖ କର୍କଟ ରୋଗର ଅପରେସନ ପରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସେ ସୋସିଆଲ ମିଡିଆରେ ବୁଧବାର ଏକ ଭିଡିଏ ମାଧ୍ୟମରେ ଏଭଳି କିଛି ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଲୋକମାନଙ୍କୁ ଗୁଟ୍‌ଖା ନ ଚୋବାଇବା ପାଇଁ ଅନୁରୋଧ କରିଛନ୍ତି ଅଭିନେତା ସାତ୍ୟକି ମିଶ୍ର । ସେ କହିଛନ୍ତି କି, ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡିତ ହୋଇ ଅନେକ କଷ୍ଟ ପାଇଛନ୍ତି । ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନଦେବାକୁ ସେ ଅନୁରୋଧ କରିଛନ୍ତି ।ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ସମସ୍ତେ କିଭଳି ଏହି ଦିଗରୁ ଦୂରେଇ ରୁହନ୍ତୁ। ମୋ ଅନୁରୋଧ ରକ୍ଷା କରିବେ ବୋଲି ମୁଁ ଆଶା କରୁଛି ବୋଲି ସେ କହଛନ୍ତି। ତାଙ୍କ ଭିଡିଓ ଦେଖି ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପ୍ରାର୍ଥନା କରିଛନ୍ତି।