ନିଶିକାନ୍ତଙ୍କ ମନ୍ତବ୍ୟ ଅପରିଣାମଦର୍ଶୀ: ପୃଥ୍ୱୀରାଜ ହରିଚନ୍ଦନ
ବିଜୁ ବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନକରାତ୍ମକ । ସରକାରଙ୍କ ସଜ୍ଞାନକୁ ଆସିଛି କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଭଳି ମନ୍ତବ୍ୟ ଅପରିଣାମ ଦର୍ଶୀ, କୌଣସି ମତେ ଗ୍ରହଣୀୟ ନୁହେଁ । ନିଶିକାନ୍ତଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ବ୍ୟଥିତ କରିଛି । ଆଉ କେହି ଏପରି ମନ୍ତବ୍ୟ ଓ ପ୍ରତି ମନ୍ତବ୍ୟ ନଦେବାକୁ ଅନୁରୋଧ କରାଯାଉଛି । ଏହାକୁ ନେଇ ରାଜନୀତି କଲେ ବିଜୁଙ୍କ ସମ୍ମାନ ପ୍ରତି ଆଘାତ ହେବ । ଅନ୍ୟପଟେ ବିଜୁ ବାବୁଙ୍କୁ ନେଇ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ବରିଷ୍ଠ ବିଜୟ ମହାପାତ୍ର। କହିଲେ, ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ। ଜଣେ ଦାୟିତ୍ଵ ସମ୍ପନ୍ନ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି ମନ୍ତବ୍ୟ ଅଗ୍ରହଣୀୟ ଏବଂ ଦୁର୍ଭାଗ୍ୟଜନକ। ବିଜୁ ବାବୁଙ୍କ ବିଷୟରେ କିଛି ନଜାଣି ପାଗଳ ଭଳି ବିବୃତ୍ତି ଦେଇଛନ୍ତି। ତେବେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କୁ ନେଇ ଦୁବେ ଯାହା କହିଲେ ମୁଁ ଆଶ୍ଚର୍ଯ୍ୟ ଏଭଳି କିଛି କହିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ଥିବା ବେଳେ ବିଜୁ ବାବୁଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇଥିଲେ ନେହେରୁ । ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ ଉଭୟେ । ସେହି ସମୟରେ ମୁଁ ୧୩ ବର୍ଷ ବୟସର ହୋଇଥିଲି । ଦୁବେଙ୍କୁ ମନସ୍ତତ୍ୱବିତଙ୍କୁ ଦେଖାଇବା ପାଇଁ କହିଛନ୍ତି ନବୀନ ।
