ନିୟମିତ ବ୍ୟବଧାନରେ ଜେଲ୍‌ ବୁଲିବେ ଜିଲ୍ଲାପାଳ ଏବଂ ଏସ୍‌ପି

ଜେଲକୁ ସରପ୍ରାଇଜ ଭିଜିଟ କରିବେ ଜିଲ୍ଲପାଳ, ଏସପି । ସବୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଜେଲ ଡିଜି ସୁଶାନ୍ତ ନାୟକ । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା ପ୍ରକାଶ କରିଛି ଜେଲ ବିଭାଗ । ଜେଲ ଭିତରେ ଅନେକ  ଅନୈତିକ କାରବାର ହୋଇଥିବା ନେଇ ଏକାଧିକ ଅଭିଯୋଗ ପୂର୍ବରୁ  ମଧ୍ୟ ଆସିଛି ।  ବିଭିନ୍ନ ସମୟରେ ଜେଲରେ କଏଦୀଙ୍କ ନିକଟରୁ ନିଶା ଦ୍ରବ୍ୟ , ଫୋନ ଏବଂ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଏସବୁକୁ ପ୍ରତିରୋଧ ଧରିବା ପାଇଁ ଜେଲ ବିଭାଗ ପକ୍ଷରୁ  ସମସ୍ତ ଜିଲ୍ଲାର ଜିଲ୍ଲାପାଳ  ଏବଂ ଏସପି ମାନଙ୍କୁ ସ୍ୱତନ୍ତ୍ର ଚିଠି ଲେଖି  ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟର ଜେଲ୍‌ମାନଙ୍କରେ କଏଦୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଉଛି । ଏନେଇ ଜାତୀୟ ମାନବାଧିକାର କମିସନ ରାଜ୍ୟ ମାନବାଧିକାର କମିସନଙ୍କୁ ଅବଗତ କରିବା ସହ ଉଦ୍‌ବେଗ ମଧ୍ୟ ପ୍ରକାଶ କରୁଛନ୍ତି । ଏହାକୁ ଆଧାର କରି ଜେଲ ଡିଜି ଚିଠି କରିଛନ୍ତି ।