ନୁଆପାଟଣାସ୍ଥିତ ଅର୍ଜୁନସୁବୁଦ୍ଧି ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ।

ତିଗିରିଆ,ତା ୨୧ /୦୬ (ମାନସ ରଞ୍ଜନ ସାହୁ) – ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ଏକ ଅମୋଘ ଅସ୍ତ୍ର ଦୈନିକ ଯୋଗ ଅଭ୍ୟାସ କଲେ ନିରୋଗ ରହିବା ସହିତ ଧର୍ଯ୍ୟବାନ ଓ ଶାନ୍ତିପ୍ରିୟ ଜୀବନ ଯାପନ କରିହୁଏ ବୋଲି ଆଜି ନୁଆପାଟଣାସ୍ଥିତ ଅର୍ଜୁନସୁବୁଦ୍ଧି ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମୁଖ୍ୟଅତିଥି ଭାବେ ବ୍ଲକଶିକ୍ଷା ଅଧିକାରୀ ଅମର କୁମାର ମହାରଣା ଯୋଗଦେଇ ପ୍ରକାଶ କରିଥିଲେ ।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଯୋଗ ଦିବସରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଯୋଗଗୁରୁ ପଦ୍ମନାଭ ଶତପଥି ଯୋଗଦେଇ ଯୋଗର ବିଭିନ୍ନ ଉପାଦୟତା ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷିକା ସାଧନକେନ୍ଦ୍ର ସଂଯୋଜକ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାଧବଚନ୍ଦ୍ର ପାତ୍ରଙ୍କ ସଂଯୋଜନା କରିଥିବାବେଳେ କାର୍ଯ୍ୟକ୍ରମରେ ଶିକ୍ଷକ ଚନ୍ଦ୍ରକାନ୍ତ ମିଶ୍ର, ସିଆରସିସି ଚନ୍ଦ୍ରମଣି ସ୍ୱାଇଁ, ବିଶ୍ଵରଞ୍ଜନ ଜେନା, ଉମାଶଙ୍କର ରାଉତ, ପ୍ରଶାନ୍ତ କୁମାର ଘଡେଇ, ନିଶାକର ଖଟୁଆ, ଅଶୋକ କୁମାର ଦାସ, ମହେଶ୍ଵର ସେଠୀ ଙ୍କ ସେମତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ସାମିଲ ହୋଇ ଯୋଗଶିକ୍ଷା ଲାଭ କରିଥିଲେ । ସେହିଭଳି ବ୍ଲକର ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ପାଲିତ ହୋଇଯାଇଛି ।

You might also like