ନୂଆଁ ବର୍ଷକୁ ସ୍ବାଗତ ଜଣାଇ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କଲେ ବଜାର କମିଟି ସଦସ୍ୟ
ଗଣିଆ – ୨୦୨୫ ମସିହା ସରିବାକୁ ଯାଉଥିବା ବେଳେ ନୂତନ ବର୍ଷକୁ ସ୍ବାଗତ କରାଯାଉଛି ।
ଏଇ ପରିପ୍ରେକ୍ଷୀରେ ଗଣିଆର ସର୍ବପୁରାତନ ମହାବୀର ବଣିକ ସଂଘ ତତଫରୁ ଏକ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଜାର କମିଟିର ସଭପତି ଦାଶରଥି ସାହୁଙ୍କ ନେତୃତ୍ଵରେ ସମ୍ପାଦକ ପ୍ରଭାତ କୁମାର ଦାସ , ଉପସଭାପତି କୁଳମଣୀ ସାହୁ , ସଭ୍ୟ ଚିତ୍ତରଞ୍ଜନ ସାହୁ , ପ୍ରାଣବନ୍ଧୁ ଦାସ , ପ୍ରକାଶ କୁମାର ସାହୁ ଦୀପ୍ତି ରଂଜନ ଦାସ , ନବକିଶୋର ମହାରଣା , ପ୍ରକାଶ କୁମାର ସାହୁ , ଅଜୟ କୁମାର ଲେଙ୍କା , ଜଗନ୍ନାଥ ଦାସ , ସନ୍ତୋଷ କୁମାର ବେହେରା , କପିଳା ଅମାୟନ୍ତ , ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ୫୦ରୁ ଉର୍ଦ୍ଧ୍ ସଭ୍ୟ ସହଯୋଗ କରିଥିଲେ । ଗଣିଆ ଗ୍ରାମରେ ଅବସ୍ଥିତ ରଘୁନାଥ ମନ୍ଦିର ପରିସର , ମେଡିକାଲ ପରିସର , ବଜାରର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ଆବର୍ଜନା ଓ ଅଳିଆ ଆବର୍ଜ୍ଜନାକୁ ସଫେଇ କରାଯାଇଥିଲା l
ଦୀର୍ଘଦିନ ଧରି ଗଣିଆ ବଜାର ଏକ ପ୍ରକାର ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ହୋଈ ରହିଥିଲା । ଦୂରଦୂରାନ୍ତରୁ ଆସୁଥିବା ପଥଚାରୀ ଓ ଅତିଥି ମାନେ ବିଭିନ୍ନ ସମୟରେ ନାକ ଟେକୁଥିଲେ । ଯାହାକୁ ନେଇ ବଜାର କମିଟିର ସଭାପତି ନିଜେ ହୃଦୟଙ୍ଗମ କରିଥିଲେ । ତେଣୁ ନୂତନ ବର୍ଷକୁ ସ୍ବାଗତ ଜଣାଇବା ସହିତ ନିଜ ନିଜର ସଭ୍ୟମାନଙ୍କୁ ନେଇ ଏଭଳି ଏକ ମହତ୍ କାର୍ଯ୍ୟ କରିଥିଲେ । ଯେଉଁଥିପାଇଁ ଗଣିଆ ଅଞ୍ଚଳବାସୀ ମହାବୀର ବଣିକ ସଂଘର ଏଭଳି ମହତ୍ କାର୍ଯ୍ୟ ପାଇଁ ସଭାପତି ଓ ସମସ୍ତ ସଦସ୍ୟମାନଙ୍କୁ ସାଧୁବାଦ୍ ଜଣାଇଛନ୍ତି ।
ନୟାଗଡ଼ରୁ ବିଶ୍ୱରଂଜନ ସେଠିଙ୍କ ରିପୋର୍ଟ HRTV ODIA
