ନୂଆପଡ଼ାରେ ଆଜିଠୁ ଆରମ୍ଭ ହେଲା ହୋମ୍ ଭୋଟିଂ

ନୂଆପଡ଼ାରେ ଆଜିଠୁ ହୋମ୍ ଭୋଟିଂ । ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୨ ଯାଏଁ ଚାଲିବ ଏହି ପ୍ରକ୍ରିୟା । ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି l। ପ୍ରତି ଦଳରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି । ୨୫୦ ଜଣ ୮୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ମାନେ ଭୋଟ ଦେବେ । ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଏହି ଭୋଟ ଦେବେ । ୩୦ ଅକ୍ଟୋବରରୁ ୨ ନଭେମ୍ବର ଭିତରେ ଏହି ହୋମ ଭୋଟିଂ ହେବ ।ଅନ୍ୟପଟେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ୩୫୮ଟି ବୁଥ୍ ପାଇଁ ଭୋଟିଂ ମେସିନ ଓ ଭିଭିପାଟ୍‌ର କମିସନିଂ ଶେଷ ହୋଇଛି l ସ୍ଥାନୀୟ ନ୍ୟାସନାଲ କଲେଜରେ ଏଥିପାଇଁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା l