ନୂଆପଡ଼ା ଉପନିର୍ବାଚନରେ ବିଜେପି କାହାକୁ କରିବ ପ୍ରାର୍ଥୀ ?
ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍ ଧରିଛି ନୂଆପଡ଼ା ରାଜନୀତି। କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ ମିଶାଇ ବଳ ବଢ଼ାଇବାରେ ଲାଗିଛି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୂଆପଡ଼ାରେ ପଦଯାତ୍ରା କରି ଲୋକଙ୍କୁ ଯୋଡିବାରେ ଆରମ୍ଭ କରିଛି । ସେପଟେ ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ତେବେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ ପ୍ରାର୍ଥୀ ଚୟନକୁ ନେଇ ବୈଠକ ହେଉଛି । ସହମତି ଅନୁସାରେ ବିଜେପି ପ୍ରାର୍ଥୀ ଚୟନ କରିବ । କୋର କମିଟି ବୈଠକ ବସିବ । ବିଜୟ ସମ୍ଭାବନା ଯାହାର ଅଧିକ ସେଭଳି ପ୍ରାର୍ଥୀ ଦିଆଯିବ । ପ୍ରାର୍ଥୀ ଚୟନ ନେଇ ପାର୍ଲ୍ୟାମେଣ୍ଟରୀ ବୋର୍ଡ ନିଷ୍ପତି ନେବ ।
