ନୂଆପଡ଼ା ଉପନିର୍ବାଚନ !୧୯ ପ୍ରାର୍ଥିପତ୍ର ମଧ୍ୟରୁ ୫ ପ୍ରାର୍ଥିପତ୍ର ନାକଚ

ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଯାଞ୍ଚ । ୧୯ ପ୍ରାର୍ଥିପତ୍ର ମଧ୍ୟରୁ ୫ ପ୍ରାର୍ଥିପତ୍ର ନାକଚ ହୋଇଛି । ୧୪ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ନାମାଙ୍କନ ନାକଚ ହୋଇଥିବା ୫ ସ୍ୱାଧୀନ ପ୍ରାର୍ଥୀ ହେଲେ ପୁରୁଷୋତ୍ତମ ବେହେରା, କମଳ କୁମାର ଛତ୍ରିଆ, ରାଜାରାମ ସାହୁ, ସୀତାରାମ ବେହେରା ଓ ଭୁଜବଳ ଆଡବଙ୍ଗ ।ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଭାଜପାରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀଙ୍କ ପ୍ରାର୍ଥିତ୍ୱ ବଳବତ୍ତର ରହିଛି। ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସହ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଠିକ୍‌ ରହିଛି। ଆଜି ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ, ଭାପ୍ରସେ ଏବଂ ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ ଉପସ୍ଥିତ ଥିଲେ।