ନୂଆପଡା ଉପନିର୍ବାଚନରେ ୮ଟି ବୁଥରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା ଉପନିର୍ବାଚନରେ ୮ଟି ବୁଥରେ ବ୍ୟବହାର ହେବ ହେଲିକପ୍ଟର । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ଥିବା ୮ଟି ବୁଥରେ ହେଲିକପ୍ଟର ବ୍ୟବହାର ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଭୋଟଦାନ ପାଇଁ ୫୬ଟି ବୁଥ୍ ହୋଇଛି । ୧୪ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଆଚରଣବିଧି ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ନୂଆପଡା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨ ତାରିଖ ନାମାଙ୍କନ ଯାଞ୍ଚ , ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ, ୧୪ରେ ଫଳାଫଳ ପ୍ରକାଶ ପାଇବ ା ମାଓ ପ୍ରବଳ ୪୭ଟି ବୁଥରେ ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟ । ବାକି ବୁଥରେ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ହେବ ।