ନୂଆବର୍ଷ ପାଇଁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ -୨୦୨୬ । ନୂଆ ସମ୍ଭାବନା ସହ ଆସିଛି ନୂଆବର୍ଷ । ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ନୂଆବର୍ଷ ପାଇଁ ପୁରୀରେ ପ୍ରବଳ ଭିଡ଼ ।ରାତି ୧ଟା ୩୩ରେ ଦ୍ବାର ଫିଟାଯାଇଛି । ଗତକାଲି ରାତି ୧୦.୨୫ ରେ ପହୁଡ଼ ହୋଇଥିଲା ।ରାତି ୨ଟାରୁ ପୁଣି ଆରମ୍ଭ ହୋଇଥିଲା ଦର୍ଶନ। ଗୋପାଳ ବଲ୍ଲଭ ଭୋଗ ପାଇଁ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା । ସକାଳ ୬ ଟା ରୁ ପୁଣିଥରେ ଆରମ୍ଭ ହୋଇଥିଲା ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
