ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ଟିମ,ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡ଼ା ନଜର
ଆଗକୁ ବଡ଼ଦିନ ସହ ଜିରୋନାଇଟ୍ ଓ ନୂଆବର୍ଷ ଥିବାରୁ ଆକ୍ସନ୍ ମୋଡ୍କୁ ଆସିଛି ଅବକାରୀ ବିଭାଗ । ସ୍କାନରରେ ରହିଛି ରାଜଧାନୀର ବାର ଓ ପବ୍ । ନିୟମିତ ଚେକିଂକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ । ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ ହେବ କାର୍ଯ୍ୟନୁଷ୍ଠାନ । ହୋଟେଲ ଗୁଡିକରେ ମଧ୍ୟ ହେବ ସରପ୍ରାଇଜ ଭିଜିଟ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ନିଆଯିବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ରହିବ ନଜର । ଏଥିସହ ଉତ୍ସବ ପାଳନ ସମୟରେ ସଂଯମତା ରକ୍ଷା କରିବା ଏବଂ କୌଣସି ଅପରାଧ ନ ଘଟାଇବାକୁ କହିଛନ୍ତି ଅବକାରୀ ଏସ୍ପି । ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ଯେପରିକି ବ୍ରାଉନସୁଗର, କୋକେନ୍, କଫସିରଫ କାରବାର ଉପରେ ମଧ୍ୟ ରହିଛି କଡା ନଜର ।ନୀତି ନିୟମକୁ କଡ଼ାକଡ଼ି କରିବାକୁ ଅବକାରୀ ଏସ୍ପି ସମସ୍ତଙ୍କୁ ଅପିଲ୍ କରିବା ସହ ନିୟମିତ ମନିଟରିଂ କରାଯାଉଥିବା ସୂଚନା ଦେଇଛନ୍ତି ।
