ନୂଆବର୍ଷ ୨୦୨୬ ପାଇଁ ଉପହାର କିମ୍ବା ପୁଷ୍ପଗୁଚ୍ଛ ଧରି ନ ଆସିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ନୂଆବର୍ଷ ୨୦୨୬ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । “ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଏହି ଦିନ ମୋର କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ । ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ୍, ଭୋଜିଭାତ, ପାର୍ଟି ଇତ୍ୟାଦି ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଉଛି। ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନର ମୁଖ୍ୟ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
