ନୂଆ ପିଢ଼ିର ରୋମାଣ୍ଟିକ କାହାଣୀ ‘ଲଭ୍ ଆଣ୍ଡ ୱାର’ 

ଆଗାମୀ ବଡ ବଜେଟ୍ ଫିଲ୍ମରେ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ଭିକି କୌଶଲ ଏକାଠି ନଜର ଆସିବେ। ଆଲିଆ-ରଣବୀରଙ୍କୁ ଏକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଛି କିନ୍ତୁ ଏହା ପ୍ରଥମ ଥର ପାଇଁ ଭିକି ସେମାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ତେବେ ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁଶାଳୀଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ ୱାର’ ରେ ଏକାଠି ନଜର ଆସିବେ |ଏହି ଚଳଚ୍ଚିତ୍ରର ଆଖ୍ୟାରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥିରେ ଏହା ତ୍ରିକୋଣିଆ ପ୍ରେମ ଦେଖିବାକୁ ମିଳିବ ।

ପ୍ରଥମ ପୋଷ୍ଟର ସହିତ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି ।‘ଲଭ୍ ଆଣ୍ଡ ୱାର’ ୨୦୨୫ କ୍ରିସମାସ୍ ଅବସରରେ ଡିସେମ୍ବର ୨୫ରେ ସିନେମାଘରକୁ ଆସିବ। ବୁଧବାର ଭିକି କୌଶାଲ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ପୋଷ୍ଟର ଶେୟାର କରିଥିଲା ବେଳେ କମେଣ୍ଟ ବକ୍ସରେ ପ୍ରଶଂସକମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି। ତିନୋଟି ସୁପରଷ୍ଟାର ପରସ୍ପର ସହ ବିଭିନ୍ନ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହା ପ୍ରଥମ ଥର ହେବ ଯେ ଏହି ତିନିଜଣଙ୍କୁ ପରଦାରେ ଏକାଠି ଦେଖାଯିବ।