ନୂଆ ଯୋଜନା ‘ସ୍ଵୀକୃତି’; ସ୍ଵାବଲମ୍ବୀ ହେବେ କିନ୍ନର, ମିଳିବ ସାମାଜିକ ନ୍ୟାୟ
ମାସିକ ୧୫ଶହ ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ଯୋଜନାର ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ କରିଛନ୍ତି । ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିନ୍ନରଙ୍କ ପିତାମାତାଙ୍କୁ ସେମାନଙ୍କ ଲାଳନପାଳନ ଲାଗି ମାସିକ ୧,୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିଲାଗି ପିତାମାତାଙ୍କୁ ପିଲାର ଲିଙ୍ଗ ସଂକ୍ରାନ୍ତ ଏକ କରିବାକୁ ହେବ । ଯଦି ପିତାମାତାଙ୍କ ମୃତ୍ୟୁ ହୋଇଯାଏ, ତେବେ ଏକ ବୈଧ ଅଭିଭାବକ ଅଭିଭାବକତ୍ଵ ପ୍ରମାଣପତ୍ର ପ୍ରଦାନ କରି ଏହି ସହାୟତା ପାଇପାରିବେ ।
ଏହି ଯୋଜନା ମାଧ୍ୟମରେ କଲେଜ, ବିଶ୍ୱବିଦ୍ୟାଳୟରେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ଆବାସିକ ବ୍ୟବସ୍ଥା ବା ହଷ୍ଟେଲ ନିର୍ମାଣ କରାଯିବ । କେବଳ ସେତିକି ନୁହେଁ, ସେମାନଙ୍କ ପାଠପଢ଼ା ପାଇଁ ପ୍ରତି ମାସରେ ଏକ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ । ଏଥିଲାଗି ସ୍ଵୀକୃତି ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିବାକୁ ହେବ ।
