ନୂତନ ପାଠାଗାର ଉଦଘାଟନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଓ ସାଂସଦଆତ୍ମବିଶ୍ବାସ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ କରିଥାଏ

ଗଣିଆ , ( ବିଶ୍ୱରଞ୍ଜନ ସେଠି) ନୂତନ ଆଶା ଓ ଉଦ୍ଦୀପନାର ସମ୍ଭାର ନେଇ ପ୍ରତ୍ୟେକ ଛାତ୍ରୀଛାତ୍ର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ନେଇ ଶିକ୍ଷା ସହ ପ୍ରତ୍ୟେକ କ୍ଷତ୍ରେରେ ଆଗକୁ ବଢିଲେ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ । ପ୍ରତ୍ୟେକ ଛାତ୍ରୀଛାତ୍ର ସଦାସର୍ବଦା ମନୋବଳ ଦୃଢ କରି ନିଜର ଭବିଷ୍ୟତର ସ୍ୱପ୍ନକୁ ସାକାର କରିବା ଆବଶ୍ୟକ ବୋଲି ଶନିବାର ଗଣିଆସ୍ଥିତ ଶ୍ରଶ୍ରୀ ରଘୁନାଥଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟପରିସରରେ ଆୟୋଜିତ ଯୁକ୍ତ ୨ ଛାତ୍ରଛାତ୍ରୀନଙ୍କ ସ୍ୱାଗତ ଉତ୍ସବ ସମ୍ଭାବନା ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା , ଅନୁସୂଚିତ ଜାତି, ଜନଜାତି ବିକାଶ , ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ମିଶ୍ରଙ୍କ ନେତୃତ୍ଵରେ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କୁମାର କର , , ବଶିଷ୍ଠ ବିଜେପି ନେତା ବିଭୂତି ଭୂଷଣ ପଣ୍ଡା , ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ଚନ୍ଦ୍ରଶେଖର ଦାଶ , ଗଣିଆ ବ୍ଲକ ଉପସଭାପତି ବାଉରୀବନ୍ଧୁ ରାଉତ , ଭାଗିରଥି ଗଡ଼ନାୟକ ସସ୍ମିତା ମିଷ୍ର ଓ ବିଜେପି ମହିଳା ମୋର୍ଚ୍ଚା ସଭାପତି ରେଣୁବାଳା ପଣ୍ଡା ଓ ସୁଭ୍ରଜିତ ପଣ୍ଡାଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ ସରପଞ୍ଚ ସଙ୍ଘର ସଭପତି ମାନସ କୁମାର ମହାଖୁଦଙ୍କ ଆହ୍ଵାନରେ ସମସ୍ତ ସରପଞ୍ଚ ଓ ଗଣିଆ ସମିତି ସଭ୍ୟ ଫକିର ମୋହନ ଡାକୁଆ ପ୍ରଥମେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଆଡକଟା ଛକଠାରୁ ବାଇକ ଶୋଭାଯାତ୍ରାରେ ଆଣି ଉଚ୍ଚ ବିଦ୍ୟାଳୟରେ ପହଚିଂଥିଲେ । ସେଠାରେ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଅତିଥିଙ୍କୁ ସ୍ଵାଗତ କରିବା ପରେ ଉଚ୍ଚ ବିଦ୍ୟାଳୟ ପରିସରରେ ନବନିର୍ମିତ ଗ୍ରନ୍ଥାଗାର (ଲାଇବ୍ରେରୀ)କୁ ପାଛୋଟି ନେଇଥିଲେ ସେଠାରେ ନୂତନ ପାଠାଗାର କୁ ଉଦଘାଟନ କରିଥିଲେ । ପରେ ଉଚ୍ଚ ବିଦ୍ୟାଳୟର ଅଧକ୍ଷା ସଲିଳା ସେଠିଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ଭାବନା ପର୍ବର୍ରେ ମୁଖ୍ୟ ବ୍ୟକ୍ତା ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ଶିକ୍ଷାଅଧିକାରୀ ଚିତରଞନ ପାଣ୍ଡେ ଓ ଗଣିଆ ବିଡିଓ ପ୍ରିତୀବାଳା ରଣା ଯୋଗଦେଇଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇ ଉଚ୍ଚ ବିଦ୍ୟଳୟ ତରଫରୁ ସମ୍ବର୍ଧିତ କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟର ଅଧୁରା ରହିଥିବା କାଯ୍ୟକୁ ସମ୍ପୂର୍ଣ କରିବା ପାଇଁ ଅନୁରୋଧ କରିଥିଲେ। ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ରଜ୍ୟ ସରକାର ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଥିଲେ । ତେବେ ଗଣିଆ ଉଚ୍ଚ ବିଦ୍ୟଳୟ ପରିସରରେ ଖୁବ୍ ଶିଘ୍ର ଯୁକ୍ତ ୨ ବିଜ୍ଞାନ ବିଭାଗ ଖୋଲିବା ପାଇଁ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଯୋଗଦେଇଥିଲେ । ତେବେ ଉଚ୍ଚ ବିଦ୍ୟାଳୟର ନବନିର୍ମିତ ଗ୍ରନ୍ଥାଗାରକୁ ବେସରକାରୀ ତଥା ତରବରିଆ ଭାବେ ଗତ ଶୁକ୍ରବାର ଦଶପଲ୍ଲା ବିଧାୟକ ରମେଶ ବେହେରା କେତେକ କର୍ମୀଙ୍କ ଗହଣରେ ଫଳକ ଲଗାଇ ଉଦଘାଟନ କରିଥିଲେ । ଅପରାହ୍ନରେ ଏହି ଫଳକ ଭଙ୍ଗା ଘଟଣାକୁ ନେଇ ଗଣିଆରେ ଆଜି ଭାଜପା ଓ ବିଜେଡି କର୍ମୀମାନଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ଦେଖାଦେଇଥିଲା ।

ତେବେ ଶନିବାର ମଧ୍ୟାହ୍ନରେ ହଠାତ ବିଜେଡି ଦଳ ତରଫରୁ ଦଶପଲ୍ଲା ବିଧାୟକ ନିଜ ସମର୍ଥକମାନଙ୍କୁ ନେଇ ଆଡକଟାଠାରୁ ଏକ ବାଇକ ରାଲି ଯୋଗେ ଗଣିଆ ବଜାର ଅଭିମୁଖେ ଆସୁଥିବା ବେଳେ ପୋଲିସ ପ୍ରଶାସନ ଉଚ୍ଚ ବିଦ୍ୟାଳୟ ପୂର୍ବରୁ ଅଟକାଇଥିଲା । ପୋଲିସ ପ୍ରଶାସନ ତରଫରୁ କୌଣସି ଅପ୍ରିତୀକର ପରିସ୍ଥିତି ଏଡାଇବାକୁ ଯାଇ ଗଣିଆରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା , ଖଣ୍ଡପଡା ଏସଡିପିଓ ମଦନ ମୋହନ ପ୍ରଧା ,ନୟାଗଡ ଏସଡିପିଓ ଜ୍ୟୋତିରଞନ ସାମନ୍ତରାୟ, ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନା, ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞନ ପରିଡ. ଫତେଗଡ, ବାଣିଗେଛା ଓ ଖଣ୍ଡପଡା ଥାନା ଅଧିକାରୀଙ୍କ ସମେତ ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଦୀର୍ଘ ବର୍ଷ ପରେ ଗଣିଆ ବ୍ଲକରେ ଥିବ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାନ୍ୟବର ମନ୍ତ୍ରୀ ଙ୍କ ଆଗମନରେ ବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଖୁସିବ୍ୟକ୍ତ ହେବା ସହିତ ଦୁଇ ଅତିଥି ମାନଙ୍କର ଦୀର୍ଘାୟୁ କାମନା କରିଥିଲା। ।