ନୂତନ ବର୍ଷରେ ଉପହାର ଦେବା ପୂର୍ବରୁ ସାବଧାନ !

କିଛି ଦିନ ମଧ୍ୟରେ ବର୍ଷ ୨୦୨୩ ବିଦାୟ ପରେ ଆସିବ ନୂଆବର୍ଷ ୨୦୨୪। ନୂଆବର୍ଷ ଆସିବା ମାତ୍ରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ଆରମ୍ଭ ହୋଇଯାଏ। ଲୋକମାନେ ନୂଆ ବର୍ଷରେ ନିଜ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କୁ ମଧ୍ୟ ଉପହାର ଦିଅନ୍ତି। ବିଶ୍ୱାସ କରାଯାଏ ଯେ ଉପହାର ଦେବାରେ ସମ୍ପର୍କ ମଜବୁତ ହୁଏ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ନୂଆବର୍ଷରେ ନିଜ ପ୍ରିୟ ବ୍ୟକ୍ତିଙ୍କୁ ଉପହାର ଦେବାକୁ ଚାହାଁନ୍ତି, ତେବେ ଜ୍ୟୋତିଷ ଶାସ୍ତ୍ରର କିଛି ନିୟମ ନିଶ୍ଚିତ ଭାବରେ ଜାଣନ୍ତୁ।

କାହାରିକୁ କଦାପି ଉପହାରରେ ଜୋତା ଚପଲ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଦାରିଦ୍ର୍ୟତା ଲାଗି ରହିଥାଏ। ଟଙ୍କାର ଅଭାବ ଲାଗି ରହିଥାଏ।ନୂଆବର୍ଷରେ କାହାରିକୁ ଘଣ୍ଟା କିମ୍ବା ରୁମାଲ ଦିଅନ୍ତୁ ନାହିଁ। ରୁମାଲ ଦେବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ। ସେହିପରି ଘଣ୍ଟା ଦେବା ଦ୍ୱାରା ଭଲ ସମୟ ଦୂର ହୋଇଯାଏ।ପର୍ସ କିମ୍ବା ବ୍ୟାଗ କାହାକୁ ଉପହାର ଦିଆଯିବା ଉଚିତ୍‌ ନୁହେଁ । ଏହା କରିବା ଦ୍ୱାରା ଆମର ଆର୍ଥିକ ଅବସ୍ଥା ଖରାପ ହୋଇପାରେ।କାହାକୁ ଈଶ୍ବରଙ୍କ ମୂର୍ତ୍ତି ଉପହାର ଦେବା ଠାରୁ ଦୂରେଇ ରହିବା ଉଚିତ୍‌। ଯଦି ତୁମେ ଏଭଳି କରୁଥାଅ, ତେବେ ଭଗବାନ ତୁମ ଉପରେ କ୍ରୋଧିତ ହୋଇପାରନ୍ତି।