ନେପାଳରେ ଏଭରେଷ୍ଟ ଓ ଏମଡିଏଚ୍ ମସଲା ବ୍ୟାନ

ସିଙ୍ଗାପୁର ଓ ହଂକଂ ପରେ ଏବେ ନେପାଳରେ ମଧ୍ୟ ଭାରତର ଦୁଇ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ ଏମଡିଏଚର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲାଗିଛି। ଏହି ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଆଶଙ୍କା ମଧ୍ୟରେ ଏହି ନିଷ୍ପତ୍ତି ନେଇଛି ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ। ନେପାଳ ସରକାରଙ୍କ ଖାଦ୍ୟ ଗୁଣବତା ନିୟନ୍ତ୍ରଣ ବିଭାଗର ମୁଖପାତ୍ର କୃଷ୍ଣା ମହାରାଜନ କହିଛନ୍ତି, ଏଭରେଷ୍ଟ୍ ଏବଂ ଏମଡିଏଚ ବ୍ରାଣ୍ଡ୍‌ର ମସଲା ଆମଦାନୀ ଉପରେ ପ୍ରତିବନ୍ଧକ ଲାଗିଛି ।

ଏହା ସହିତ ଏହି ସମସ୍ତ ମସଲା ବିକ୍ରିକୁ ମଧ୍ୟ ବ୍ୟାନ କରାଯାଇଛି । ମସଲାରେ ହାନିକାରକ ରସାୟନିକ ପଦାର୍ଥ ମିଶୁଥିବା ଖବର ମିଳିବା ପରେ ନେପାଳ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୃଷ୍ଣା ମହାରାଜନ କହିଛନ୍ତି । ଏହା ମସଲା ଗୁଡ଼ିକର ଏବେ ଯାଞ୍ଚ ଚାଲିଛି, ରିପୋର୍ଟ ଆସିବା ସହିତ ଏହା ଉପରେ ପ୍ରତିବନ୍ଧକ ଜାରି ରହିବ ।