ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌ ଖାନ୍‌

ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ ନା ହିଁ ତାଙ୍କ ପରିଚୟ। ତେବେ ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ ସର୍ବିନା କାର୍ପେଣ୍ଟର, ଦୋଏଚି, ଭିଭିଆନ୍‌ ଓ୍ବିଲ୍‌ସନ, ନିକୋଲେ ସ୍କେର୍ଜିଙ୍ଗର, ଓ୍ବାଲ୍ଟନ ଗୋଗିନ୍ସ, ଜେନିଫର ଲରେନ୍ସ, ଶାଇଗିଲ୍‌ଗେଅସ୍‌-ଆଲେକ୍‌ଜାଣ୍ଡାର, କୋଲେ ଏସ୍କୋଲା ଏବଂ ନୋଆହ ଓ୍ବିଲେ ପ୍ରମୁଖ ସେଲିବ୍ରିଟି ରହିଥିବାବେଳେ ଭାରତରୁ କେବଳ ଶାହରୁଖ୍‌ ସ୍ଥାନ ପାଇଛନ୍ତି।୬୦ ବର୍ଷୀୟ ସୁପରଷ୍ଟାର କିଙ୍ଗ୍‌ ଖାନ୍‌ ଚଳିତବର୍ଷ ଆୟୋଜିତ ମେଟ୍‌ ଗାଲାରେ ନଜର ଆସିଥିବାରୁ ତାଙ୍କୁ ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ଏଥର ମେଟ୍‌ ଗାଲାରେ ତାଙ୍କୁ ଅତିଥି ଭାବେ ଦେଖିବାକୁ ମିଳିଥିଲା। ସେ ପିନ୍ଧିଥିବା ନେକ୍‌ଲେସ୍‌ରେ ‘କେ’ ଅକ୍ଷର ରହିଥିଲା।ଆଗାମୀ ଫିଲ୍ମ ‘କିଙ୍ଗ୍‌’ରେ ଶାହାରୁଖ୍ ଅଭିନୟ କରିବେ। ଏଥିରେ ତାଙ୍କ ଝିଅ ସୁହାନା ଖାନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଦେଖିବାକୁ ମିଳିବ। ୨୦୨୩ରେ ପଠାନ୍‌ର ନିର୍ଦ୍ଦେଶନା ଦେଇଥିବା ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦେଶନା ଦେଇଛନ୍ତି।