ନ୍ୟୁଜିଲ୍ୟାଣ୍ଡ୍ ଦେଖିଲା ନୂଆବର୍ଷର ପ୍ରଥମ ସକାଳ
ନୂଆ ବର୍ଷର ଆଗମନ ପାଇଁ ସମସ୍ତଙ୍କ ଭିତରେ ଅପେକ୍ଷା। ବିଶ୍ୱ କ୍ୟାଲେଣ୍ଡର ପୃଷ୍ଠା ବଦଳାଇବାକୁ ପ୍ରସ୍ତୁତ ହେଉଛି। ଏହାରି ଭିତରେ ନ୍ୟୁଜିଲାଣ୍ଡ ପୁଣି ଥରେ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରଥମ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇଛି। ନ୍ୟୁଜିଲାଣ୍ଡ ନୂତନ ବର୍ଷ ୨୦୨୬କୁ ମହା ଧୁମଧାମରେ ସ୍ୱାଗତ କରିଛି। ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ ୨୦୨୬କୁ ସ୍କାଏ ଟାୱାରରୁ ବନ ଫୁଟାଇବା ସହିତ ସ୍ୱାଗତ କରିବାରେ ବିଶ୍ୱରେ ପ୍ରଥମ। ପାଞ୍ଚ ମିନିଟ୍ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ୨୪୦ ମିଟର (୭୮୭ ଫୁଟ) ସ୍କାଏ ଟାୱାରର ବିଭିନ୍ନ ମହଲାରୁ ୩,୫୦୦ ବାଣ ଫୁଟାଯାଇଥିଲା।ଆଉ କିଛି ସମୟ ପରେ ଭାରତରେ ଦେଖାଦେବ ୨୦୨୬। ରଙ୍ଗୀନ ପୋଷାକ, ଗୀତ ଗାଇବା, ଖେଳ ଖେଳିବା, ନାଚ କରିବା ଏବଂ ପାର୍ଟିରେ ଯୋଗ ଦେବା ଭଳି ମଜାଦାର କାର୍ଯ୍ୟକଳାପ ଆରମ୍ଭ ହୋଇଯିବ। ନାଇଟ୍ କ୍ଲବ୍, ସିନେମା ହଲ, ରିସର୍ଟ, ରେଷ୍ଟୁରାଣ୍ଟ ଗୁଡ଼ିକରେ ଲାଗିଯିବ ଭିଡ଼। ଲୋକମାନେ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇବେ। ବାର୍ତ୍ତା, ଶୁଭେଚ୍ଛା କାର୍ଡ ଏବଂ ଉପହାର ଆଦାନପ୍ରଦାନ କରିବେ।
