ପଇଡ଼ ପାଣି ପିଇବା ଦ୍ୱରା ଏହି ରୋଗ ଦୂର ହୁଏ ।

ପଇଡ଼ ପାଣି ଯେତିକି ମଧୁର ସେତିକି ସ୍ୱାସ୍ଥ୍ୟ ହିତକାରୀ ଅଟେ |ଦେହରେ ଜଳୀୟ ଅଂଶ କମ ହେଉଥିବା ବେଳେ ପଇଡ ପାଣି ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଯକୃତକୁ ସୁସ୍ଥ ରହିଥାଏ । ତେବେ ପ୍ରତିଦିନ ଏହ ପାଣିକୁ ପିଇଲେ ଶରୀରରେ ଥିବା ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ବାହାରିଯାଇ ହୃଦୟକୁ ମଧ୍ୟ ସୁସ୍ଥ ରଖେ । ତେବେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏହା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ | ପ୍ରତିଦିନ ପଇଡ ପାଣି ପିଇବା ଦ୍ୱାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ନଡିଆ ପାଣିରେ ଅଧିକ ପରିମାଣରେ ପୋଟାସିୟମ ଭରି ରହିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ଖୁବ ସହାୟକ ହୋଇଥାଏ । ଝାଡା ବାନ୍ତି ହେବା ସମୟରେ ପଇଡ ପାଣି ପିଇବା ଅତ୍ୟନ୍ତ ଜରୁରୀ ହୋଇପଡେ ।

ସ୍ୱସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ ପଇଡ ପାଣି ପେଟ ଥଣ୍ଡା ରଖିବା ସହିତ ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ପଇଡ ପାଣିରେ ଥିବା କୋଲେଷ୍ଟ୍ରଲ ଟ୍ରାଇ-ଗ୍ଲାଇସେରାଇଡ ସ୍ତରକୁ ହ୍ରାସ କରିଥାଏ । ତେଣୁ ଏହାକୁ ନିୟମିତ ପିଇବା ଦ୍ୱାରା ରକ୍ତ ଜମ।ଟ ବାନ୍ଧିବା ଏବଂ ହୃଦଘାତ କିମ୍ବା ଷ୍ଟ୍ରୋକ ହେବାର ଆଶଙ୍କା କମିଥାଏ । ପଇଡ ପାଣିରେ ଅନ୍ୟ ରସ ଅପେକ୍ଷା ଚିନି ଏବଂ କାର୍ବୋହାଇଡ୍ରେଟ ବହୁତ କମ ଥାଏ । ଯାହା ଶରୀରର ଓଜନ ହ୍ରାସ କରିଥାଏ । ପଇଡ ପାଣି ପିଇବା ଦ୍ୱାରା ମେଟାବୋଲିଜିମ ବୃଦ୍ଦି ପାଇଥାଏ ।