ପଚୁଂପଲ୍ଲୀପ୍ରଗଣା ପ୍ରମିୟର ଲିଗ୍୨ୟ ଦିବସ ଲିଗ୍ ମ୍ୟାଚରେମଣିଭଦ୍ରା ରିବେଲ ରାଇଡର୍ସ, ମା’ ବେଢାକାଳୀ ଏକାଦଶ ଓ ବୃତଙ୍ଗ ଡେଂଜର ବିଜୟୀ
ଗଣିଆ,-(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଛାମୁଣ୍ଡିଆ ପଚାଂୟତର ଯୁବ କ୍ରିକେଟ ଖେଳାଳୀମାନଙ୍କ ପ୍ରଚେଷ୍ଠାରେ ଚଳିତ ମାସ ୨୪ ତାରିଖରୁ ବେଟଂପଡାସ୍ଥିତ ଗୁପ୍ତେଶ୍ୱର ବିଦ୍ୟାପୀଠ ଖେଳପଡିଆ ପରିସରରେ ପଚୁଂପଲ୍ଲୀପ୍ରଗଣା ପ୍ରିମିଅର ଲିଗ୍ ଉଦଘାଟିତ ହୋଇଯାଇଛି । ଗୁରୁବାର ଏହି ଟୁର୍ନାମେଟଂର ୨ୟ ଦିବସର ଲିଗ୍ ମ୍ୟାଚରେ ମଣିଭଦ୍ର ରିବେଲ ରାଇଡର୍ସ , ମା’ ବେଢାକାଳୀ ଏକାଦଶ ଓ ବୃତଙ୍ଗ ଡେଂଜର ବିଜୟୀ ହୋଇଛନ୍ତି । ଗୁରୁବାର ପ୍ରଥମ ମ୍ୟାଚରେ ମଣିଭଦ୍ର ରିବେଲ ରାଇଡର୍ସ ୨୭ ରନ୍ ରେ ଗୁପ୍ତେଶ୍ୱର ୱାରିୟରର୍ସ କୁ ହରାଇ ବିଜୟୀ ହୋଇଥିଲା । ମଣିଭଦ୍ରା ରିବେଲ ରାଇଡର ନିର୍ଦ୍ଦାରିତ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୧୦୧ ରନ୍ ସଂଗ୍ରହ କରିଥିଲା । ୧୦୧ ରନ୍ର ପିଛା କରି ଗୁପ୍ତେଶ୍ୱର ୱାରିଆର ସମସ୍ତ ଉଇକେଟ ହରାଇ ୭୨ ରନ୍ ସଂଗ୍ରହ କରି ୨୭ରନରେ ପରାଜିତ ହୋଇଥିଲା । ସେହିପରି ୨ୟ ମ୍ୟାଚରେ ମା’ ଦକ୍ଷିଣକାଳୀ ୟଙ୍ଗ ଷ୍ଟାର ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୮୦ରନ୍ ସଂଗ୍ରହ କରିଥିଲା । ଜବାବରେ ମା’ ବେଢାକାଳୀ ବ୍ଳେସିଙ୍ଗ ଏକାଦଶ ଓଭରରେ ୪ଉଇକେଟ ହରାଇ ୮୧ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦିବସର ୩ୟ ମ୍ୟାଚ୍ ରେ ବୃତଙ୍ଗ ଡେଂଜର ନିର୍ଦ୍ଦାରିତ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୧୦୭ ରନ୍ ସଂଗ୍ରହ କରିଥିଲା । ୧୦୭ ରନ୍ର ପିଛା କରି ମହାନଦୀ ଚମ୍ପିଆନ ଚାଲେଜଂର ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୫୯ ରନ୍ ସଂଗ୍ରହ କରି ୪୮ ରନରେ ପରାଜିତ ହୋଇଥିଲା । ୩ଟି ମ୍ୟାଚରେ ପ୍ରଭାସ କୁମାର ଦଳେଇ, ସ୍ୱାଧିନ ନାୟକ ଓ ରଜତ କୁମାର ସାହୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ପଂଚୁପଲ୍ଲୀ ପ୍ରିମିୟର ଲିଗର ତଥା ସମାଜ ସେବୀ ପ୍ରଦୀପ୍ତ କୁମାର ରାଉତ, ସମ୍ମ୍ାନିତ ଅତିଥିଭାବେ ଇଶ୍ୱରପୁର ଗ୍ରାମ ଗୋଲେଖ ନାୟକ ଓ ଛାମୁଣ୍ଡିଆ ଗ୍ରାମର ରାଜୀବ କୁମାର ବେହେରା ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳକୁ ମହେଶ୍ୱର ମାଝୀ ଓ ଶ୍ରୀକାନ୍ତ କୁମାର ବେହେରା ପରିଚାଳନା କରିଥିଲେ । ଚଳିତ ବର୍ଷ ୩ଥର ପାଇଁ ଛାମୁଣ୍ଡିଆ ପଚାଂୟତର ପ୍ରାୟ ୨୪ଟି ଗ୍ରାମର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ନେଇ ଚଳିତ ବର୍ଷ ପଚାଂପଲ୍ଲୀପ୍ରଗଣା ପ୍ରିମିଅର ଲିଗ୍ ଆୟୋଜିତ ହୋଇଥିବାରୁ ପ୍ରତ୍ୟହ ଖେଳ ଦେଖିବାକୁ ୪ଶହରୁ ଉର୍ଦ୍ଦ ଖେଳପ୍ରେମୀ ଖେଳକୁ ଉପଭୋଗ କରୁଥିବା ଦେଖାଯାଇଥିଲା ।
