ପଚୁଂପଲ୍ଲୀପ୍ରଗଣା ପ୍ରମିୟର ଲିଗ୍୩ୟ ଦିବସ ଲିଗ୍ ମ୍ୟାଚରେମା’ ଦକ୍ଷିଣକାଳୀ ୟଙ୍ଗ ଷ୍ଟାର, ଗୁପ୍ତେଶ୍ୱର ୱାରିୟରର୍ସ, ମା’ ବେଢାକାଳୀ ବ୍ଳେସିଂ ଏକାଦଶ ବିଜୟୀ
ଗଣିଆ,( ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଛାମୁଣ୍ଡିଆ ପଚାଂୟତର ଯୁବ କ୍ରିକେଟ ଖେଳାଳୀମାନଙ୍କ ପ୍ରଚେଷ୍ଠାରେ ଚଳିତ ମାସ ୨୪ ତାରିଖରୁ ବେଟଂପଡାସ୍ଥିତ ଗୁପ୍ତେଶ୍ୱର ବିଦ୍ୟାପୀଠ ଖେଳପଡିଆ ପରିସରରେ ପଚୁଂପଲ୍ଲୀପ୍ରଗଣା ପ୍ରିମିଅର ଲିଗ୍ ଉଦଘାଟିତ ହୋଇଯାଇଛି । ଶୁକ୍ରବାର ପ୍ରଥମ ମ୍ୟାଚରେ ମହାନଦୀ ଚମ୍ପିଆନ ଚାଲେଜଂର ବ୍ୟାଟିଂ କରି ୧୨ ଓଭରରେ୧୦୯ ରନ କରିଥିବାବେଳେ ମା’ ଦକ୍ଷିଣକାଳୀ ୟଙ୍ଗଷ୍ଟାର ୧୨ ଓଭରରେ ୮ଉଇକେଟ ହରାଇ ୧୧୦ରନ କରି ବିଜୟୀ ହୋଇଥିଲା । ସେହିପରି ୨ୟ ମ୍ୟାଚରେ ବୃତଙ୍ଗ ଡେଂଜର ୧୧ ଓଭରରେ୧୧୧ ରନ କରିଥିବାବେଳେ ଗୁ୍େପଶ୍ୱର ୱାରିଅର୍ସ ୧୨ ଓଭରରେ ୮ଉଇକେଟ ହରାଇ ୧୧୨ରନ କରି ବିଜୟୀ ହୋଇଥିଲା । ଦିବସର ୩ୟ ମ୍ୟାଚ୍ ରେ ମଣିଭଦ୍ରା ରିବେଲ ରାଇଡର ନିର୍ଦ୍ଦାରିତ ୧୨ ଓଭରରେ ସମସ୍ତ ୱିକେଟ ହରାଇ ୧୧୨ ରନ୍ ସଂଗ୍ରହ କରିଥିଲା । ୧୧୨ ରନ୍ର ପିଛା କରି ମା’ ବେଢାକାଳୀ ୱାରିୟର୍ସ ୮ ଉଇକେଟ ହରାଇ ୧୧୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ୩ଟି ମ୍ୟାଚରେ ମନୋଜ ଦଳେଇ, ପ୍ରଦୀପ କୁମାର ସେଠୀ ଓ କିରଣ କୁମାର ଲେଙ୍କା ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ଛାମୁଣ୍ଡିଆ ଗ୍ରାମପଂଚାୟତର ସମିତିସଭ୍ୟା ରଶ୍ମିତା ଦଳେଇ ଭାବେ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଛାମୁଣ୍ଡିଆ ରାଜସ୍ୱ ନିରୀକ୍ଷକ ଦୀପକ କୁମାର ସେଠୀ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳକୁ ମହେଶ୍ୱର ମାଝୀ ଓ ଶ୍ରୀକାନ୍ତ କୁମାର ବେହେରା ପରିଚାଳନା କରିଥିଲେ । ଚଳିତ ବର୍ଷ ୩ଥର ପାଇଁ ଛାମୁଣ୍ଡିଆ ପଚାଂୟତର ପ୍ରାୟ ୨୪ଟି ଗ୍ରାମର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ନେଇ ଚଳିତ ବର୍ଷ ପଚାଂପଲ୍ଲୀପ୍ରଗଣା ପ୍ରିମିଅର ଲିଗ୍ ଆୟୋଜିତ ହୋଇଥିବାରୁ ପ୍ରତ୍ୟହ ଖେଳ ଦେଖିବାକୁ ୫ଶହରୁ ଉର୍ଦ୍ଦ ଖେଳପ୍ରେମୀ ଖେଳକୁ ଉପଭୋଗ କରୁଥିବା ଦେଖାଯାଇଥିଲା ।
