ପଚୁଂପଲ୍ଲୀପ୍ରଗଣା ପ୍ରମିୟର ଲିଗ୍୪ର୍ଥ ଦିବସ ଲିଗ୍ ମ୍ୟାଚରେମଣିଭଦ୍ର ରିବେଲ ରାଇଡରର୍ସ, ଗୁପ୍ତେଶ୍ୱର ୱାରିୟରର୍ସ, ବୃତଙ୍ଗ ଡେଂଜରର୍ସ ଏକାଦଶ ବିଜୟୀ
ଗଣିଆ(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଛାମୁଣ୍ଡିଆ ପଚାଂୟତର ଯୁବ କ୍ରିକେଟ ଖେଳାଳୀମାନଙ୍କ ପ୍ରଚେଷ୍ଠାରେ ଚଳିତ ମାସ ୨୪ ତାରିଖରୁ ବେଟଂପଡାସ୍ଥିତ ଗୁପ୍ତେଶ୍ୱର ବିଦ୍ୟାପୀଠ ଖେଳପଡିଆ ପରିସରରେ ପଚୁଂପଲ୍ଲୀପ୍ରଗଣା ପ୍ରିମିଅର ଲିଗ୍ ଉଦଘାଟିତ ହୋଇଯାଇଛି । ଶନିବାର ପ୍ରଥମ ମ୍ୟାଚରେ ମା’ ବେଢାକାଳୀ ୱାରିୟର୍ସ ବ୍ୟାଟିଂ କରି ୧୨ ଓଭରରେ୧୦୦ ରନ କରିଥିବାବେଳେ ଗୁ୍େପଶ୍ୱର ୱାରିଅର୍ସ ୧୨ ଓଭରରେ ୮ଉଇକେଟ ହରାଇ ୧୦୩ରନ କରି ବିଜୟୀ ହୋଇଥିଲା । ସେହିପରି ୨ୟ ମ୍ୟାଚରେ ମଣିଭଦ୍ରା ରିବେଲ ରାଇଡର ୧୨ ଓଭରରେ୧୩୬ ରନ କରିଥିବାବେଳେ ମହାନଦୀ ଚମ୍ପିଆନ ଚାଲେଞ୍ଜର୍ସ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୦୦ରନ କରି ୨୭ରନରେ ପରାଜିତ ହୋଇଥିଲା । ଦିବସର ୩ୟ ମ୍ୟାଚ୍ ରେ ବୃତଙ୍ଗ ଡେଂଜର ନିର୍ଦ୍ଦାରିତ ୧୨ ଓଭରରେ ସମସ୍ତ ୱିକେଟ ହରାଇ ୧୨୮ ରନ୍ ସଂଗ୍ରହ କରିଥିଲା । ୧୨୮ ରନ୍ର ପିଛା କରି ମା’ ମା’ ଦକ୍ଷିଣକାଳୀ ୟଙ୍ଗଷ୍ଟାର ସମସ୍ତ ଉଇକେଟ ହରାଇ ୧୧୧ ରନ୍ ସଂଗ୍ରହ କରି ୧୭ ରନରେ ପରାଜିତ ହୋଇଥିଲା ।

୩ଟି ମ୍ୟାଚରେ ଅଜୟ ବେହେରା, ବିରେନ ବେହେରା, ଓ ପିଂଟୁ ସାମଲ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ଅଧ୍ୟାପକ ଉଦ୍ଧବ ବାରିକ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ପ୍ରଧାନଶିକ୍ଷକ ନରାୟଣ ଦଳେଇ, ପଂଚାୟତ ନିର୍ବାହୀ ଅଧିକାରୀ ଆରତ ଧଳ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳକୁ ମହେଶ୍ୱର ମାଝୀ ଓ ଶ୍ରୀକାନ୍ତ କୁମାର ବେହେରା ପରିଚାଳନା କରିଥିଲେ । ଚଳିତ ବର୍ଷ ୩ଥର ପାଇଁ ଛାମୁଣ୍ଡିଆ ପଚାଂୟତର ପ୍ରାୟ ୨୪ଟି ଗ୍ରାମର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ନେଇ ଚଳିତ ବର୍ଷ ପଚାଂପଲ୍ଲୀପ୍ରଗଣା ପ୍ରିମିଅର ଲିଗ୍ ଆୟୋଜିତ ହୋଇଥିବାରୁ ପ୍ରତ୍ୟହ ଖେଳ ଦେଖିବାକୁ ୫ଶହରୁ ଉର୍ଦ୍ଦ ଖେଳପ୍ରେମୀ ଖେଳକୁ ଉପଭୋଗ କରୁଥିବା ଦେଖାଯାଇଥିଲା ।
