ପଚୁଂପଲ୍ଲୀପ୍ରଗଣା ପ୍ରମିୟର ଲିଗ୍‌୫ମ ଦିବସ ଲିଗ୍ ମ୍ୟାଚରେମଣିଭଦ୍ରା ରିବେଲ ରାଇଡରର୍ସ, ଗୁପ୍ତେଶ୍ୱର ୱାରିୟରର୍ସ, ମା’ ବେଢାକାଳୀ ବ୍ଳେସିଂ ବିଜୟୀ


ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଛାମୁଣ୍ଡିଆ ପଚାଂୟତର ଯୁବ କ୍ରିକେଟ ଖେଳାଳୀମାନଙ୍କ ପ୍ରଚେଷ୍ଠାରେ ଚଳିତ ମାସ ୨୪ ତାରିଖରୁ ବେଟଂପଡାସ୍ଥିତ ଗୁପ୍ତେଶ୍ୱର ବିଦ୍ୟାପୀଠ ଖେଳପଡିଆ ପରିସରରେ ପଚୁଂପଲ୍ଲୀପ୍ରଗଣା ପ୍ରିମିଅର ଲିଗ୍ ଉଦଘାଟିତ ହୋଇଯାଇଛି । ରବିବାର ପ୍ରଥମ ମ୍ୟାଚରେ ବୃତଙ୍ଗ ଡେଂଜର ବ୍ୟାଟିଂ କରି ୧୧ ଓଭରରେ ସମସ୍ତ ଉଇକେଟ ହରାଇ ୯୨ ରନ କରିଥିବାବେଳେ ମା’ ବେଢାକାଳୀ ବ୍ଳେସିଂ ୪ ଉଇକେଟ ହରାଇ ୯୪ରନ କରି ବିଜୟୀ ହୋଇଥିଲା । ସେହିପରି ୨ୟ ମ୍ୟାଚରେ ମଣିଭଦ୍ରା ରିବେଲ ରାଇଡର ୧୨ ଓଭରରେ୧୬୦ ରନ କରିଥିବାବେଳେ ମା’ ଦକ୍ଷିଣକାଳୀ ୟଙ୍ଗଷ୍ଟାର ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୦୨ରନ କରି ୫୮ରନରେ ପରାଜିତ ହୋଇଥିଲା । ଦିବସର ୩ୟ ମ୍ୟାଚ୍ ରେ ଗୁପ୍ତେଶ୍ୱର ୱାରିୟର୍ସ ନିର୍ଦ୍ଦାରିତ ୧୨ ଓଭରରେ ସମସ୍ତ ୱିକେଟ ହରାଇ ୭୮ ରନ୍ ସଂଗ୍ରହ କରିଥିଲା । ୭୮ ରନ୍‌ର ପିଛା କରି ମହାନଦୀ ଚ୍ୟାଲେଞ୍ଜର୍ସ ସମସ୍ତ ୧ଉଇକେଟ ହରାଇ ୭୯ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ୩ଟି ମ୍ୟାଚରେ ରାକେଶ ପ୍ରଧାନ, କିରଣ ଲେଙ୍କା ଓ ପ୍ରହଲ୍ଲାଦ ସାହୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ଅଧ୍ୟାପକ ସମାଜ ସେବୀ ହେମନ୍ତ କୁମାର ମାଝୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଶିକ୍ଷକ ସରୋଜ ନାୟକ, ଚୈତନ୍ୟ କୁମାର ସାହୁ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳକୁ ମହେଶ୍ୱର ମାଝୀ ଓ ଶ୍ରୀକାନ୍ତ କୁମାର ବେହେରା ପରିଚାଳନା କରିଥିଲେ । ଚଳିତ ବର୍ଷ ୩ଥର ପାଇଁ ଛାମୁଣ୍ଡିଆ ପଚାଂୟତର ପ୍ରାୟ ୨୪ଟି ଗ୍ରାମର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ନେଇ ଚଳିତ ବର୍ଷ ପଚାଂପଲ୍ଲୀପ୍ରଗଣା ପ୍ରିମିଅର ଲିଗ୍ ଆୟୋଜିତ ହୋଇଥିବାରୁ ପ୍ରତ୍ୟହ ଖେଳ ଦେଖିବାକୁ ୫ଶହରୁ ଉର୍ଦ୍ଦ ଖେଳପ୍ରେମୀ ଖେଳକୁ ଉପଭୋଗ କରୁଥିବା ଦେଖାଯାଇଥିଲା ।