ପଞ୍ଚୁକ ସମୟରେ ସମସ୍ତ ହବିଷ୍ୟାଳିଙ୍କ ସମେତ ଭକ୍ତମାନଙ୍କୁ ମାଗଣାରେ ମିଳିବ ମହାପ୍ରସାଦ
ପଞ୍ଚୁକର ପ୍ରଥମ ତିନିଦିନ କେବଳ ବାହାର କାଠରୁ ଶ୍ରୀଜୀଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ଭିତର କାଠ ଦର୍ଶନ ସୁଯୋଗ ମିଳିବ । ଭିଡ଼ ଭିତରେ ନିଖୋଜ ଭକ୍ତମାନଙ୍କୁ ଖୋଜି ପାଇବା ଲାଗି ତିନିଦ୍ୱାରରେ ବ୍ୟବସ୍ଥା କରାଯିବ । ପଞ୍ଚୁକ ସମୟରେ ସେବାୟତ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ମୁଠାଏ ମୁଠାଏ ମହାପ୍ରସାଦ ବଣ୍ଟନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ସହ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ ।ସୁବିଧାରେ ଭକ୍ତମାନେ କିଭଳି ଶ୍ରୀଜୀଉଙ୍କ ଦର୍ଶନ କରିବେ ସେ ନେଇ ବଡ଼ଦାଣ୍ଡରେ ବାରିକେଡ୍ କରାଯାଇଛି । ନିଖୋଜ ଶ୍ରଦ୍ଧାଳୁଙ୍କ ଅନୁସନ୍ଧାନ କରିବା ଲାଗି ଅନୁସନ୍ଧାନ କେନ୍ଦ୍ର ସମେତ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

 
			