ପଞ୍ଚୁପଲ୍କୀ ପ୍ରିମିୟର ଲିଗ୍ ସିଜନ-୩,ଗୁପ୍ତେଶ୍ୱର ୱାରୀୟର୍ଷ ଚମ୍ପିୟାନ

ଗଣିଆ – (ବିଶ୍ୱରଂଜନ ସେଠି) ଛମୁଣ୍ଡିଆ ଖେଳପଡିଆରେ ଚାଲିଥିବ ପଞ୍ଚୂପଲ୍ଲି ପ୍ରିମୀୟର ଲିଗ୍ ସିଜିନ-୩ର ଗ୍ରାଣ୍ଡ ଫାଇନାଲ ଖେଳ ବୁଧବାର ଦିନ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ଦିବସରେ ଗୁପ୍ତେଶ୍ୱର ୱାରୀୟସ୍ ବନାମ ମଣିଭଦ୍ରା ରିବେଲ ରାଇଡର୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା । ମଣିଭଦ୍ରା ରିବେଲ୍ ରାଇଡର୍ସ ପ୍ରଥମେ ଟଚ୍ ଉଇନ କରି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ । ଅଧିନୟକଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ୍ ହରାଇ ୮୬ରନ୍ ସଂଗ୍ରହ କରିଥିଲା ଜବାବରେ ଗୁପ୍ତେଶ୍ୱର ଓ୍ବାରିୟର୍ସ ୮ ଓଭରରେ ୩ ଉଇକେଟ ହରାଇ ୯୨ରନ ସଂଗ୍ରହ କରି ବିଜୟୀ ହେବା ସହିତ ପି ପି ଏଲ ପ୍ରୀମିୟର ଲିଗ୍ ସିଜନ -୩ ଚମ୍ପିୟାନ ହୋଇଥିଲା । ଚମ୍ପିୟାନ ଟିମକୁ ୩୦,୦୦୦ ହଜାର ଟଙ୍କା ଓ ଟ୍ରଫି ଓ ରନରସ ଅଫ ଟିମ୍କୁକୁ ୨୦,୦୦୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରଯାଇଥିଲା ।ଆଜିର ଖେଳରେ ମ୍ୟାନ ଅଫ ଦି ମ୍ୟାଚ୍ ରାକେଶ ପ୍ରଧନ ପାଇଥିବାବେଳେ, ମ୍ୟାନ ଅଫ ଦି ସିରିଜ୍ ପ୍ରଭାସ କୁମାର ଦଳେଇଙ୍କୁ ପ୍ରଦାନ୍ କରଯାଇଥିଲା । ଆଜି ମୂଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କୁମାର କର , ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ପି ପି ଏଲର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ରାଉତ , ସାମ୍ୱାଦିକ ସଙ୍ଘର ସଭାପତି ବିଶ୍ୱରଂଜନ ସେଠି, ସମ୍ପାଦକ କମଳ ଲୋଚନ ଦଳେଇ , ଆଞ୍ଚଳିକ ସାମ୍ୱାଦିକ ସଙ୍ଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହି , ସମ୍ପାଦକ ବ୍ରଜବନ୍ଧୁ ଦେହୁରୀ ଯୋଗଦାନ କରି ଖେଳାଳୀଙ୍କୁ ଉତ୍ସାହିତ କରିବା ସହିତ କେକ୍ କାଟି ନୂତନ ବର୍ଷକୁ ସ୍ବାଗତ କରିଥିଲେ ।। ଆଜିର ମ୍ୟାଚକୁ ମହେଶ୍ୱର ମାଝୀ ଓ ଶ୍ରୀକାନ୍ତ କୁମାର ବେହେରା ପରିଚାଳନା କରିଥିଲେ ।