ପଞ୍ଚୁପ୍ୱଲ୍ଲି ପ୍ରିମୀୟର ଲିଗ୍ସି ସିଜିନ ୩ ଫାଇନାଲରେ ଗୁପ୍ତେଶ୍ୱର  ୱାରୀୟସ୍ ବନାମ  ମଣିଭଦ୍ରା ରିବେଲ ରାଇଡର୍ସ 

ଗଣିଆ -(ବିଶ୍ୱରଂଜନ ସେଠି)ପଞ୍ଚୁପଲୀ ପ୍ରିମିୟର ଲିଗ୍ ସିଜନ-୩, ୨୦୨୫ ଛାମୁଣ୍ଡିଆର ପ୍ରଥମ ମ୍ୟାଚ କ୍ବାଲିଫାୟାର ୧ ରେ ଗୁପ୍ତେଶ୍ୱର ଓ୍ବାରିୟର’ସ ସହିତ ମଣିଭଦ୍ରା ରିବେଲ ରାଇଡର୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା ।।ପ୍ରଥମେ ବ୍ୟାଟିଂ କରି ମଣିଭଦ୍ରା ରିବେଲ ରାଇଡର୍ସ ନିର୍ଦ୍ଧାରିତ ୧୦ ଓଭରରେ ୯୪ ସଂଗ୍ରହ କରିଥିଲା ଜବାବରେ ଗୁପ୍ତେଶ୍ୱର ଓ୍ବାରିୟର୍ସ ୮ଓଭରେ ୯୫ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ଏବଂ ଫାଇନାଲରେ ପ୍ରବେଶ କରିଥିଲା । ଦ୍ଵିତୀୟ ମ୍ୟାଚ ଏଲିମନେଟର ରେ ବୃତଙ୍ଗ ଡେଞ୍ଜର ୧୧ ସହିତ ମା ବେଢ଼ା କାଳୀ ବ୍ଲେସିଙ୍ଗ  ଏକାଦଶ ମ୍ୟାଚ ଖେଳା ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ବୃତଙ୍ଗ ଡେଞ୍ଜର ୧୧,   ୧୦୪ରନ ସଂଗ୍ରହ କରିଥିଲା। ଜବାବରେ ମା ବେଢ଼ା କାଳୀ ବ୍ଲେସିଙ୍ଗ୍ନି ଏକାଦଶ ନିର୍ଦ୍ଧାରିତ ୧୦ ଓଭରରେ ୯୧ ରନ କରି ପରାଜୟ ବରଣ କରି ଟୁର୍ଣ୍ଣମେଣ୍ଟରୁ ବିଦାୟ ନେଇଥିଲା । ତୃତୀୟ ମ୍ୟାଚ କ୍ବାଲିଫାୟାର ୨ରେ ମଣିଭଦ୍ରା ରିବେଲ ରାଇଡର୍ସ ସହିତ ବୃତଙ୍ଗ ଡେଞ୍ଜର -୧୧ ମଧ୍ୟରେ ଖେଳାଯାଇଥିଲା ।

ପ୍ରଥମେ ବ୍ୟାଟିଂ କରି ବୃତଙ୍ଗ ଡେଞ୍ଜର -୧୧, ୧୦ ଓଭରରେ ୧୦୯ କରିଥିଲା। ଜବାବରେ ମଣିଭଦ୍ରା ରିବେଲ ରାଇଡର୍ସ ୧୦ ଓଭରରେ ୧୧୦ ରନ କରି ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲା । ଆଜି ମୂଖ୍ୟ ଅତିଥି ଭାବେ ବ୍ରଜ ସୁନ୍ଦର ବେହେରା ଶିକ୍ଷକ ଛାମୁଣ୍ଡିଆ,ବିଦ୍ୟୁତ ବିଭାଗର କର୍ମଚାରୀ ମନୁ ମାଝୀ ଓ ଦୁର୍ଯୋଧନ ଦଳେଇ ଯୋଗଦାନ କରି ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ କୁ ମହେଶ୍ୱର ମାଝୀ ଓ ଶ୍ରୀକାନ୍ତ କୁମାର ବେହେରା ପରିଚାଳନା କରିଥିଲେ । ଆସନ୍ତା କାଲି ଗ୍ରାଣ୍ଡ ଫାଇନାଲ ରେ ମଣିଭଦ୍ରା ରିବେଲ ରାଇଡର୍ସ ବନାମ ଗୁପ୍ତେଶ୍ୱର ୱାରିୟସ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।