ପଞ୍ଚୁ ପାଣ୍ଡବ ବିଷୟରେ କିଛି ରୋଚକ ତଥ୍ୟ ଆସନ୍ତୁ ଜାଣିବା

ଏକ ଜଳଉକା ପାହାଡ଼ ର ପାଦ ଦେଶରେ ଅବସ୍ଥିତ ।ସବୁ ମନ୍ଦିର ବଉଳ ମାଳିଆ ପଥର ରେ ନିର୍ମିତ ।ଏହା ଚୂନ କିମ୍ବା ସିମେଣ୍ଟ ଦ୍ଵାରା ଯୋଡେଇ ହୋଇନି ।ମନ୍ଦିର ଗାତ୍ର ଠିକ୍ କୋଣାର୍କ ଓ ଭୁବନେଶ୍ବର ରାଜାରାଣୀ ମନ୍ଦିରର କାରୁକାର୍ଯ୍ୟ ଭଳି ।

୨୦୦ଫୁଟ ଲମ୍ବ ଓ ୨୦୦ଫୁଟ ଚଉଡ଼ା ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ରର ଚାରି କୋଣରେ ଚାରି ଗୋଟି ଛୋଟ ମନ୍ଦିର ଓ ମଧ୍ୟ ଭାଗରେ ମୁଖ୍ୟ ମନ୍ଦିରଟି ଅବସ୍ଥିତ ।ପ୍ରତ୍ୟେକର କେନ୍ଦ୍ର ଭାଗରେ ଯେଉଁ ବଡ ମନ୍ଦିର ଅଛି ,ତାହାର ଅଧା ଅଂଶ ଭାଙ୍ଗି ସହ ସହ କାରୁକାର୍ଯ୍ୟ ପୂର୍ଣ୍ଣ ଭଗ୍ନ ପ୍ରସ୍ତର ସବୁ ସେହି ପରିସରରେ ଗଦା ହେଇଛି ।

ସତେ ଯେମିତି ପ୍ରତ୍ନତତ୍ତ୍ଵ ବିଭାଗର ଏଥି ପ୍ରତି ଚିନ୍ତା ନାହିଁ ।ମନ୍ଦିର ଗାତ୍ରର ଗୋଟିଏ ସ୍ଥାନରେ ସୁନ୍ଦର ଧ୍ୟାନମଗ୍ନ ବୌଦ୍ଧ ମୂର୍ତ୍ତି ଅଛି ।ସବୁ ମନ୍ଦିର ର ଭିତର ଶୂନ୍ୟ ଅଟେ।ଏହା ୭ମ ଶତାବ୍ଦିର ମନ୍ଦିର ବୋଲି ଅର୍କୋଲଜୀ ଡିପାର୍ଟମେଣ୍ଟ ଚିହ୍ନଟ କରିଛି ।କୁହାଯାଏ ପାଣ୍ଡବ ପଞ୍ଚାଭାଇ ଏଠାରେ ରହିଥିବାରୁ ଏହା ପଞ୍ଚ ପାଣ୍ଡବ ମନ୍ଦିର ଅଟେ ।