ପତ୍ନୀ ଆଥିଆଙ୍କୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା କଲେ ରାହୁଲ

ନିକଟରେ ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ସ୍ତ୍ରୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସେ ଅନ୍ଧବିଶ୍ୱାସୀ ବୋଲି କହିଛନ୍ତି।ରାହୁଲ କହିଛନ୍ତି, ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ସେ ଆଥିୟାଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ଅନ୍ଧବିଶ୍ୱାସ ଯୋଗୁ ଆଥିୟା ଘରେ ରହିବାକୁ ପସନ୍ଦ କଲେ । ମୁଁ ମ୍ୟାଚ୍‌ ଖେଳୁଥିବା ବେଳେ ଘରେ ରହି ଖେଳ ଦେଖିବାକୁ ସେ ଶୁଭଙ୍କର ବୋଲି ମନେକରନ୍ତି । ରାହୁଲ ଯେତେବେଳେ ବ୍ୟାଟିଂ କରନ୍ତି, ଆଥିୟା ନିଜ ସ୍ଥାନରୁ ଉଠନ୍ତି ନାହିଁ । ଏ ମାମଲାରେ ଆଥିୟା ବାପା ସୁନୀଲ ଶେଟ୍ଟୀଙ୍କ ଭଳି । ସୁନୀଲ ସମସ୍ତ ବିଶ୍ୱକପ୍‌ ମ୍ୟାଚ୍‌ ଚଟାଣରେ ବସି ଦେଖିଥିଲେ ବୋଲି ରାହୁଲ କହିଛନ୍ତି ।ରାହୁଲ ଆହୁରି ମଧ୍ୟ କହିଛନ୍ତି, ମୁଁ ଆଘାତ ସହ ସଂଘର୍ଷ କରୁଥିବାବେଳେ ମୋ ଅପେକ୍ଷା ଆଥିଆ ଅଧିକ ନିରାଶ ହୋଇଥିଲେ। ମୁଁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କଲି କାରଣ ସେ ମୋତେ ପ୍ରଥମ ଥର ଦେଖୁଥିଲେ।

ଏହା ଆମ ଦୁହିଁଙ୍କ ପାଇଁ କଷ୍ଟସାଧ୍ୟ ଥିଲା, କିନ୍ତୁ ଏହା ଆମକୁ ଏକତ୍ର ଆବଶ୍ୟକ ସମୟ ମଧ୍ୟ ଦେଇଥିଲା।ନିଜ ସୀମାଠୁ ଆଗକୁ ଯାଇ ଅଧିକ ପ୍ରୟାସ କରିବାକୁ ଆଥିୟା ତାଙ୍କୁ ଉତ୍ସାହିତ କରନ୍ତି । କ୍ରିକେଟ୍‌ରେ ତାଙ୍କ ସଫଳତାରେ ଆଥିୟାଙ୍କ ବଡ଼ ଯୋଗଦାନ ରହିଥିବା ରାହୁଲ କହିଛନ୍ତି ।