ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ପିଆଜରେ ସାଣ୍ଟା

ପୁରୀ ବ୍ଲୁ ଫ୍ଲାଗ ବିଚରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରାୟ ୨ ଶହ ଟନ୍ ପିଆଜ ଏବଂ ବାଲିରେ ସୁଦର୍ଶନ ଶହେ ଫୁଟ ଲମ୍ବର ସାଣ୍ଟା କ୍ଲଜ୍‌ ନିର୍ମାଣ କରିଛନ୍ତି । ଏହାର ଚଉଡ଼ା ୪୦ ଫୁଟ ଏବଂ ଉଚ୍ଚତା ୨୦ ଫୁଟ ହୋଇଥିବା ବେଳେ ଅତି ନିଖୁଣ ଭାବେ ସୁଦର୍ଶନ ଏହାକୁ ନିର୍ମାଣ କରିଛନ୍ତି।ଏହି ବାଲୁକା କଳାକୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ ଅନୁଷ୍ଠାନର ୩୧ ପିଲାଙ୍କୁ ପ୍ରାୟ ୮ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି। ଖ୍ରୀଷ୍ଟମାସ ଅବସରରେ ସାଣ୍ଟା କ୍ଲଜ ଜରିଆରେ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଏହି ବାଲୁକାକଳା ମାଧ୍ୟମରେ ପୃଥିବୀକୁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେବାର ବାର୍ତ୍ତା ରହିଛି।

ଏହି ଅବସରରେ ସୁଦର୍ଶନଙ୍କ ସମ୍ମାନ ସୂଚୀରେ ୱାର୍ଲ୍ଡ ରେକର୍ଡ ବୁକସ୍‌ ଅଫ ଇଣ୍ଡିଆର ସମ୍ମାନ ଯୋଡ଼ି ହୋଇଛି। ଏହି ବାଲୁକା କଳା ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ଓ୍ବାର୍ଲ୍ଡ ବୁକ୍ସ ଅଫ୍ ରେକର୍ଡସ୍ ଇଣ୍ଡିଆର ଚିଫ୍ ଏଡିଟର ସୁଷମା ନାର୍ଭେକର ଓ ସଞ୍ଜୟ ବିଲାଶ ନାର୍ଭେକର ବ୍ଲୁ ଫ୍ଲାଗ ବିଚ୍ ଆସି ସୁଦର୍ଶନଙ୍କୁ ସାର୍ଟିଫିକେଟ ସହ ମେଡାଲ୍ ପ୍ରଦାନ କରିଛନ୍ତି।

You might also like