ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ପଦ୍ମ ଧରିଲେ ଅମର ପଟ୍ଟନାୟକ । ବିଜେଡି ଛାଡି ବିଜେପିରେ ମିଶିଲେ ଅମର ପଟ୍ଟନାୟକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଅନ୍ୟାନ୍ୟ ବିଜେପି କର୍ମୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଟାଣୁଆ ନେତା ଅମର ପଟ୍ଟନାୟକ । ଅମରଙ୍କ ସହ ଆଜି ଆଉ ଦୁଇ ବିଜେଡି ନେତା ପଦ୍ମ ଧରିଛନ୍ତି। ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଏବଂ ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି।