ପରକିୟା ପ୍ରୀତି ସନ୍ଦେହ। ମହଙ୍ଗା ପଡିଲା କଙ୍ଗାରୁ କୋର୍ଟ, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା । ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗାଁରେ ।ସୂଚନା ଯୋଗ୍ୟ, ଷଡ଼ଙ୍ଗୀ ଗ୍ରାମର ଜଣେ  ଯୁବକ ଧାନ ଜମିରେ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ଗାଁ ମୁଣ୍ଡରେ ହାଣ୍ଡିଆ ପିଇବାକୁ ଅଟକିଥିଲା । ଜଣେ ମହିଳା ଯୁବକଙ୍କୁ ହାଣ୍ଡିଆ ଦେଇ ଘରକୁ ଯାଇଥିଲେ । ମହିଳାଙ୍କ ପଛେ ପଛେ  ଯୁବକ ଜଣଙ୍କ ଘରକୁ ପଶିଯିବାରୁ ବାହାରେ ଥିବା  କିଛି ମହିଳା ଓ ପୁରୁଷ ବାହାରପାଶ୍ୱର୍ରୁ କବାଟ  ବନ୍ଦ କରିଦେଇଥିଲେ । ପରେ ମହିଳାଙ୍କ ସ୍ୱାମୀ  ଆସିବା ପରେ ଗ୍ରାମର କେତେକ ମହିଳା ପୁରୁଷ  ଘରେ ଥିବା ପୁରୁଷ ଓ ମହିଳାଙ୍କୁ ବାହାରକୁ  ବାହାର କରି ବେକରେ ଜୋତମାଳ ପିନ୍ଧାଇ  ଗାଁ ବୁଲାଇଥିଲେ । ଯାହାର ଭିଡିଓ ଭାଇରଲ  ହେବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା ।ଏନେଇ ଆନନ୍ଦପୁର ଥାନାରେ ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସେହି ଗ୍ରାମର ୨ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରିଛି ।