ପରଲୋକରେ ସାଧୁ ମେହେର

ବର୍ଷିଆନ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇରେ ଆଖି ବୁଜିଛନ୍ତି ଏହି ଭେଟେରାନ ଆକ୍ଟର। ଏନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି।ବୌଦ୍ଧ ଜିଲା ଗୁଡ଼ଭେଲିପଦର ଗାଁରେ ଜନ୍ମିତ ସାଧୁ ମେହେର ଉଭୟ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ହିନ୍ଦୀ ସିନେମାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସାଧୁ ମେହେର ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଅଙ୍କୁର, ମୃଗୟା, ଭୁବନ, ସୋମ୍ ଓ ମନ୍ଥନ ଭଳି ଚଳଚ୍ଚିତ୍ରରେ ଛାଡି ଯାଇଛନ୍ତି ନିଖୁଣ ଅଭିନୟର ଛାପ ।

ନିର୍ଦ୍ଦେଶନା ଦେଇଥିବା ଫିଲ୍ମ-ଅଭିମାନ , ଅପରିଚିତ, ଅଭିଳାଶ ଓ ଗୋପରେ ବଢୁଛି କଳା କହ୍ନେଇ ଆଦି ସିନେମାରେ ସାଧୁ ମେହେର ନିର୍ଦ୍ଦେଶନା ଦେଇଛନ୍ତି।