ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଦଳାଚକଟା! ୧୨ ଆହତ

ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେଶନରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଯାତ୍ରୀଙ୍କ ପ୍ରବଳ ଭିତରେ ଦଳାଚକଟାରେ ୧୨ଆହତ । ସମସ୍ତ ଆହତ ବର୍ଦ୍ଧମାନ ମେଡିକାଲ କଲେଜରେ ଭର୍ତ୍ତି। ଗୋଟିଏ ସମୟରେ ଷ୍ଟେସନରେ ୩ଟି ଟ୍ରେନ ଆସିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଇଛି। ପ୍ଲାଟଫର୍ମ ନଂ ୪, ୬ ଓ ୭ରେ ଏକକାଳୀନ ୩ଟି ଟ୍ରେନ ପହଞ୍ଚିଥିଲା। ଟ୍ରେନ ଧରିବାକୁ ଯାତ୍ରୀମାନେ ୪ନଂ ଓ ୬ଂ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଫୁଟଓଭର ବ୍ରିଜ ଉପରକୁ ମାଡ଼ି ଯାଇଥିଲେ। ଯାତ୍ରୀଙ୍କ ପ୍ରବଳ ଭିଡ଼ ହେବାରୁ ଅଣଓସାରିଆ ସିଡ଼ିରେ ଏଣେତେଣେ ଦୌଡ଼ିଥିଲେ। ଫଳରେ ଦଳାଚକଟା ସ୍ଥିତି ଉପୁଜି କିଛି ଯାତ୍ରୀ ତଳକୁ ଖସି ପଡ଼ିଥିଲେ। ଅନ୍ୟପଟେ ଯାତ୍ରୀମାନେ ହାଓଡ଼ା ଲୋକାଲ ଟ୍ରେନରେ ଚଢ଼ିବା ପାଇଁ ଓଭରବ୍ରିଜ ପାର ହେଉଥିଲେ।ରେଲୱେ ଆହତମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି। ଆହତମାନଙ୍କୁ କ୍ଷତିପୂରଣ ଏବଂ ମାଗଣା ଚିକିତ୍ସା କରାଯିବ।