ପାକିସ୍ତାନକୁ ଆମେରିକା ଦେଲା ଧୋକା, ଦେବନି AIM-120 ମିସାଇଲ

ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଦେବନି ଆମେରିକା। ପାକିସ୍ତାନକୁ ନୂତନ AMRAAM କ୍ଷେପଣାସ୍ତ୍ର ମିଳିବା ରିପୋର୍ଟକୁ ଆମେରିକା ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ହ୍ୱାଇଟ୍ ହାଉସ୍ କହିଛି ଯେ ଆମେରିକା ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଯୋଗାଇବାକୁ ଯାଉଥିବା ଗଣମାଧ୍ୟମ ରିପୋର୍ଟ ଭିତ୍ତିହୀନ। “AIM-120 ଆଡଭାନ୍ସଡ୍ ମିଡିୟମ୍ ରେଞ୍ଜ” ହେଉଛି ଏୟାର-ଟୁ-ଏୟାର ମିସାଇଲ୍।ଅନ୍ୟପଟେ ପୂର୍ବରୁ ମଧ୍ୟ ପାକିସ୍ତାନ ସେନା ନିକଟରେ ଏହି ମିସାଇଲ ଥିଲା । ତେବେ ବାଲାକୋଟ ଷ୍ଟ୍ରାଇକ ଓ ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନାର ଶକ୍ତି ଆଗରେ ହାର ମାନିଥିଲା F-16 । ଏବେ F-16 ବିମାନ ଅତ୍ୟାଧୁନିକ ପାଇଁ ଉଦ୍ୟମ ଆରମ୍ଭ କରିଆସୁଛି ପାକିସ୍ତାନ । ତେବେ ଏଥିରେ ପାକକୁ ବଡ଼ ଝଟକା ଲାଗିଛି । AIM ମିସାଇଲଗୁଡିକର ରେଂଜ ୧୬୦ କିଲୋମିଟର ପର୍ଯ୍ୟନ୍ତ ଥିବା ବେଳେ ଏହା ଫାୟାର ଆଣ୍ଡ ଫରଗେଟ ଗାଇଡାନ୍ସ ସିଷ୍ଟମରେ କାମ କରିଥାଏ । ତେବେ 42 ରୁ ଅଧିକ ଦେଶ ପାଖରେ AIM-120 AMRAAM କ୍ଷେପଣାସ୍ତ୍ର ଅଛି।