ପାକିସ୍ତାନକୁ ୮ଟି ବୁଡ଼ାଜାହଜ ଦେବ ଚୀନ
ପାକିସ୍ତାନକୁ ୮ ନୂଆ ହ୍ୟାଙ୍ଗର କ୍ଲାସ ବୁଡ଼ାଜାହଜ ଦେବ ଚୀନ୍ । ଏହା ଆଧୁନିକ ଟେକ୍ନୋଲୋଜିପୂର୍ଣ୍ଣ । ଏୟାର ଇଣ୍ଡିପେଣ୍ଡଣ୍ଟ ପ୍ରପଲ୍ସନ୍ (ଏଆଇପି) ସିଷ୍ଟମରେ ସଜ୍ଜିତ ଯାହା ଦୀର୍ଘ ସମୟ ପାଇଁ ପାଣି ଭିତରେ ରହିପାରିବ । ପ୍ରଥମ ବୁଡ଼ାଜାହଜ ୨୦୨୬ରେ ପାକିସ୍ତାନ ନୌସେନାରେ ସାମିଲ ହେବ । ସମସ୍ତ ୮ଟି ସବମରିନ୍ ୨୦୨୮ ସୁଦ୍ଧା ପାକ୍ ନୌସେନାରେ ସାମିଲ ହେବ ।ପାକିସ୍ତାନର ଏହି ନୂଆ ସବମରିନ୍ ଏଆଇପି ସିଷ୍ଟମ ହେଇଥିବାବେଳେ, ଭାରତ ପାଖରେ କିନ୍ତୁ ନ୍ୟୁକ୍ଲିୟର ସବମରିନ୍ ରହିଛି । ଯାହାକି ପାଣି ଭିତରେ ମାସ ମାସ ଧରି ରହିବାକୁ ସକ୍ଷମ । ଏହାସହିତ ଭାରତ ପାଖରେ ଦୁଇ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ରହିଛି, ଯିଏକି ଲଢ଼ୁଆ ଯୁଦ୍ଧ ବିମାନକୁ ସମୁଦ୍ର ପଥରେ ବୋହି ନେଇପାରିବ । ପାକିସ୍ତାନ ପାଖରେ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଏୟାରକ୍ରାଫ୍ଟ କ୍ୟାରିୟର ନାହିଁ । ମୋଟାମୋଟି ଭାବେ ଦେଖିବାକୁ କଲେ ଭାରତର ନୌସେନା ପାକିସ୍ତାନର ନୌସେନାଠାରୁ ୪ରୁ ୫ ଗୁଣ ବଡ଼ । ପାକିସ୍ତାନ କେବଳ ନିଜ ସୀମା ଭିତରେ ବଳବାନ ହେଇଥିବାବେଳେ, ଭାରତ କିନ୍ତୁ ସମୁଦ୍ର ପଥରେ ନିଜର ଦବଦବା ରଖେ ।
