ପାକିସ୍ତାନ ସ୍କୁଲରେ ସଂସ୍କୃତ ପାଠ !ସ୍କୁଲରେ ପଢ଼ାଯିବ ସଂସ୍କୃତ ଓ ଗୀତା ଜ୍ଞାନ
ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଶ୍ରେଣୀ ଗୃହରେ ପ୍ରବେଶ କରିଛି ସଂସ୍କୃତ । Lahore University of Management Sciences ପକ୍ଷରୁ ଶାସ୍ତ୍ରୀୟ ଭାଷାରେ ଏକ ଚାରି-କ୍ରେଡିଟ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି |୩ମାସ ଧରି ଚାଲିବାକୁ ଥିବା ସପ୍ତାହନ୍ତ ୱାର୍କସପରେ ଏହାକୁ ବିକଶିତ କରାଯାଇଛି । ଯାହା ଛାତ୍ର ଓ ବିଦ୍ୱାନ ମାନଙ୍କ ଦ୍ୱାରା ବେଶ୍ ଆଦ୍ରୁତ ହୋଇଛି । କୋର୍ସ ବା ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମହାଭାରତ ଟେଲିିଭିଜନ ଶୃଙ୍ଖଳାର ପ୍ରସିଦ୍ଧ ଥିମ୍ ଓ କଥା ସଂଗ୍ରାମର ଉର୍ଦ୍ଦୁ ସଂସ୍କରଣ ବି ପଢ଼ା ଯାଉଛି ।ତେବେ ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟ ପାଠାଗାରରେ ସବୁଠାରୁ ଅବହେଳିତ ସଂସ୍କୃତ ଅଭିଲେଖାଗାର ମଧ୍ୟରୁ ଗୋଟିଏ ଅଛି। ୧୯୩୦ରେ ସଂସ୍କୃତ ତାଳପତ୍ର ପାଣ୍ଡୁଲିପିର ଏକ ଗୁରୁତ୍ବପୂର୍ଣ୍ଣ ସଂଗ୍ରହ ପାକିସ୍ତାନୀ ବିଦ୍ବାନ JCR ଉଲନରଙ୍କ ଦ୍ୱାରା କରାଯାଇଥିଲା। ହେଲେ ଦେଶ ବିଭାଜନ ହେବା ପରେ ୧୯୪୭ ପରଠାରୁ କୌଣସି ପାକିସ୍ତାନୀ ଶିକ୍ଷାବିତ୍ ଏହି ସଂଗ୍ରହ ସହିତ ଜଡିତ ହୋଇନାହାଁନ୍ତି। କେବଳ ବିଦେଶୀ ଗବେଷକ ଏହାକୁ ବ୍ୟବହାର କରିଆସୁଥିଲେ। ଏବେ ଏହାକୁ ପାକ୍ ରେ ଛାତ୍ରଛାତ୍ରୀ ମାନେ ପଢ଼ିବେ, ବୁଝିବେ ଓ ଭାରତୀୟ ସଂସ୍କତି ବିଷୟରେ ଗଭୀର ଜ୍ଞାନ ପାଇବେ।
