ପାଣିରେ ଲୁଣ,ଚିନି ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ଲାଭ ମିଳିଥାଏ।

ପାଣିରେ ଲୁଣ,ଚିନି ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ଲାଭ ମିଳିଥାଏ। ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଏହା ଶରୀରରେ ଜଳୀୟଅଂଶର ଅଭାବ ଦୂର କରିଥାଏ। ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା ନିମ୍ନ ରକ୍ତଚାପ ଜନିତ ସମସ୍ୟା ଦୂର ହୋଇଥାଏ। ସାମାନ୍ୟ ମୁଣ୍ଡ ବୁଲାଇବା ଭଳି ଅନୁଭବ ହେଉଥିଲେ, ଏହି ପାଣି ପିଇଲେ ମୁଣ୍ଡ ବୁଲାଇବା ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ଏକ ଗ୍ଲାସ ପାଣିରେ ଏକ ଚାମଚ ଚିନି ଓ ଅଧ ଚାମଚ ଲୁଣ ମିଶାଇ ପିଅନ୍ତୁ।ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ଦୂର ହୋଇଥାଏ।


ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହା ପେଟ ଫୁଲିବା ଓ ବଦହଜମି ଭଳି ସମସ୍ୟା ମଧ୍ୟ ଦୂର କରିଥାଏ।ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଏହାଦ୍ୱାରା ବିଭିନ୍ନ ରୋଗ ସହ ଲଢେଇ କରିବାରେ ସହାୟକ ହୋଇଥାଏ। ସହଜରେ ରୋଗଗ୍ରସ୍ତ ହୋଇନଥାଆନ୍ତି।ଏହାର ନିୟମିତ ସେବନ କରିବା ଦ୍ୱାରା ଉତ୍ତମ ନିଦ ହୋଇଥାଏ।ଏହାକୁ ପିଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। କାର୍ଯ୍ୟ କଲେ ମଧ୍ୟ ଥକ୍କାପଣ ଅନୁଭବ ହୋଇନଥାଏ।