ପାଣି ଭିତରେ କିସ୍‌ କରି ବିଶ୍ୱ ରେକର୍ଡ ।

ଏହି ବର୍ଷ ଫେବୃଆରୀ ମାସରେ ପ୍ରେମୀଯୁଗଳ ଭାଲେଣ୍ଟାଇନ୍‌ ଡେ’ ରେ ଜଣେ ଦମ୍ପତି ଏହି ଦିବସକୁ ଏକ ଭିନ୍ନ ଭାବେ ପାଳନ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକଡର୍‌ସରେ ନିଜ ନାମ ଲେଖାଇଛନ୍ତି। ଦମ୍ପତି ସାଉଥ୍‌ ଆଫ୍ରିକାର ବେଥ୍‌ ଲେଇଲେ ଏବଂ କାନାଡାର ମାଇଲ୍ସ କ୍ଲଉଟିର୍‌ ପାଣି ଭିତରେ କିସ୍‌ କରି ବିଶ୍ୱ ରେକର୍ଡ କରିଛନ୍ତି।

ସେମାନେ ପାଣି ଭିତରେ ରହି ୪ ମିନିଟ୍‌ ୬ ସେକେଣ୍ଡ ପର୍ଯ୍ୟନ୍ତ କିସ୍‌ କରିଥିଲେ, ଯାହାକି ପୂର୍ବ ରେକର୍ଡକୁ କାଟି ଦେଇଛି। ପୂର୍ବ ରେକର୍ଡରେ ଏହାର ସମୟ ୩ ମିନିଟ୍‌ ୨୪ ସେକେଣ୍ଡ ଥିଲା। ଏହି କିସ୍‌ ସମ୍ପର୍କରେ ଦମ୍ପତିଙ୍କୁ ୩ ବର୍ଷ ପୂର୍ବେ ଏପରି ଉପାୟ ଆସିଥିଲା। ଏହି ରେକର୍ଡ କରିବାର କିଛି ସପ୍ତାହ ପୂର୍ବରୁ ଦମ୍ପତି ଏହାର ଟ୍ରେନିଂ ନେବା ଆରମ୍ଭ କରିଥିଲେ।

ହେଲେ ଏହା ସେମାନଙ୍କ ପାଇଁ କଷ୍ଟ ଏବଂ ବିପଦପୂର୍ଣ୍ଣ ଥିଲା। ପ୍ରଥମେ ଆଗରୁ ହୋଇଥିବା ପୂର୍ବ ରେକର୍ଡ ପର୍ଯ୍ୟନ୍ତ ଯିବା ପାଇଁ ସେମାନଙ୍କୁ କଷ୍ଟ ହେଉଥିଲା। ହେଲେ ଟ୍ରେନିଂ ଫଳରେ ସେମାନେ ଏହି ରେକର୍ଡ ହାସଲ କରିଥିବା କହିଛନ୍ତି।