ପାତୋରା ଡ୍ୟାମ ଓଡ଼ିଶାର ନୂଆପଡା ଜିଲ୍ଲା ସଦର

ପାତୋରା ଡ୍ୟାମ ଓଡ଼ିଶାର ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ ୨0 କେ.ମି ଦୂରରେ ଅବସ୍ଥିତ। ଏହା ଜଳ ସଂରକ୍ଷଣ ପାଇଁ ନିର୍ମିତ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ଅଟେ। ଏହି ଡ୍ୟାମରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ପର୍ଯ୍ୟଟକଙ୍କ ପାଇଁ ମନୋରମ ଅଟେ। ପାତୋରା ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ |ଏକ ସୁନ୍ଦର ପ୍ରାକୃତିକ ପରିବେଶ ପାଇଁ ଶୀତଦିନେ ଏଠାକୁ ବହୁତ ପର୍ଯ୍ୟଟକ ଆସନ୍ତି |

ଡ୍ୟାମର ବାମ ପାର୍ଶ୍ୱରେ ପାହାଡ ଉପରେ ଏକ ସୁନ୍ଦର ପାର୍କ ଅଛି ଯେଉଁଠାରେ ଆପଣ ଡ୍ୟାମର ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ | ଭେଲଭେଟ ଘାସ ଉପରେ ବସି ପରିଦର୍ଶକ ପ୍ରକୃତିର ସୈାନ୍ଦର୍ଯ୍ୟକୁ ଉପଭୋଗ କରନ୍ତି | ପାର୍କକୁ ପାତେରା ଜଳଭଣ୍ଡାର ପାହାଡ ଏବଂ ଜଙ୍ଗଲ ଘେରି ରହିଛି | ଏହି ସ୍ଥାନଟି ମଧ୍ୟ ଯୋଗେଶ୍ୱର ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ | ଭଗବାନ ଶିବ ଏହି ମନ୍ଦିରରେ ପୂଜା ପାଆନ୍ତି |