ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ରେ,ରାଷ୍ଟ୍ରୀୟ ପୋଷଣ ମାସ 2025 କାର୍ଯ୍ୟକ୍ରମ

ଚନ୍ଦାହାଣ୍ଡି,ତା -15/10/ 2025 ଚନ୍ଦାହାଣ୍ଡି ସ୍ଥିତ ପାନାବେଡା +୩ମହାବିଦ୍ୟାଳୟ ସଭାଗୃହ ଠାରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମାବଳୀ ଅନୁଯାଇ ରାଷ୍ଟ୍ରୀୟ ପୋଷଣ ମାସ -2025,କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱାରିକା ନାଥ ବାଘଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା,ପୋଷଣ ମାସ ପାଳନର ଉଦ୍ଧେଶ୍ୟ ଓ ଉପକାରିତା ବିଷୟରେ ଅଧ୍ୟକ୍ଷ ନିଜର ମତ ରଖିଥିଲେ, ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ(ଆୟୁଷ)ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହି ଆମେ ଗର୍ଭବତୀମା ଓ ଶିଶୁର ପୋଷଣ ଓ ଯତ୍ନନେବା ସହ ଆମେ ଜନ୍ମ ଠାରୁ ମୂର୍ତ୍ତ୍ୟୁ ପର୍ଯ୍ୟନ୍ତ ଦୈନ ଦିନ ଜୀବନ ରେ ନିଜ ନିଜର ସ୍ୱାସ୍ଥ୍ୟ କୁ କିପରି ସୁଚାରୁ ରୂପେ ପୋଷଣ କରାଯାଇ ପାରିବ ସେ ବିଷୟ ରେ ବୁଝାଇ, ଚଳିତ ବର୍ଷ ପୋଷଣ ମାସ -୨୦୨୫ର ବାର୍ତ୍ତା ହେଲା “Right Nutrition””Healthy Life” ଅର୍ଥାତ “ସଠିକ ପୋଷଣ” “ସ୍ୱାସ୍ଥ୍ୟ ବାନ ଜୀବନ “ଆମେ ଆମ ସ୍ୱାସ୍ଥ୍ୟ ପାଇଁ ସଠିକ ଢଙ୍ଗରେ ପୋଷଣ ଗ୍ରହଣ କରିଲେ ସ୍ୱାସ୍ଥ୍ୟବାନ ଜୀବନ ପାଇପାରିବା, ବୋଲି ମତ ଦେଵା ସହ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୦୧୮ ରୁ କେନ୍ଦ୍ର ସରକାରକ ଦ୍ୱାରା ପରିଚାଳିତ ହୋଇ ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ପୋଷଣ ମାସ ଭାବେ ନାମକରଣ କରାଯାଇ ପାଳନ କରାଯାଉଅଛି ବୋଲି ମତ ବ୍ୟକ୍ତ କରିଥିଲେ, ଅନୁଷ୍ଠାନର ବରିଷ୍ଠ ରାଜନୀତି ଅଧ୍ୟାପକ ଦିଲୀପ କୁମାର ଲେଙ୍କା ସନ୍ନମାନିତ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ନିଜକୁ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିବା ବେଳେ, ଅନ୍ୟତମ ସନ୍ନମାନିତ ଅତିଥିଭାବେ ବରିଷ୍ଠ ଇଂରେଜି ଅଦ୍ଧ୍ୟାପକ ଛାତ୍ର
ଚତୃଭୁଜ ମେହେର ଛାତ୍ରଛାତ୍ରୀମାନେ ନିଜ ନିଜର ବୌଦ୍ଧିକ ବିକାଶ ନିମନ୍ତେ ପ୍ରତିଦିନ ଯୋଗ ପ୍ରାଣାୟାମ କରି ସ୍ୱାସ୍ଥ୍ୟବାନ ହେବାକୁ ପରାମର୍ଶ ଦେଇଥିଲେ, ଓଡ଼ିଆ ଅଧ୍ୟାପିକା ଦୁର୍ମିଳା ବାଘ ଧନ୍ୟବାଦ ଅର୍ପଣ କରିଥିଲେ,+୩ ର ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ,