ପାନାବେଡା ମହାବିଦ୍ୟାଳୟ ରେ ସ୍ୱତନ୍ତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଚନ୍ଦାହାଣ୍ଡି – ତା 18.09(ନି.ପ୍ର) ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦାହାଣ୍ଡିରେ ଆଜି “ମାଆଁ ପାଇଁ ଗଛଟିଏ ” କାର୍ଯ୍ୟକ୍ରମର ଆଜି ଉଦଯାପନୀ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ ଙ୍କ ଅଧ୍ୟକ୍ଷତାରେ ସମାପନ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆୟୁଷ ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ମୋହରା ବନପାଳ ବିପିନ କୁମାର ଭତରା, ଆୟୋଜକ ତଥା ଜାତୀୟ ସାମାଜିକ ସେବା ର କାର୍ଯ୍ୟକ୍ରମ ଅଧିକାରୀ ମକର ନାୟକ,ଯୁକ୍ତଦୁଇ ଇତିହାସ ଅଧ୍ୟାପକ ଅନିଲ କୁମାର ପୃଷ୍ଟି, ଇଂରାଜୀ ଅଧ୍ୟାପକ ଚତୁର୍ଭୁଜ ମେହେର, ଅର୍ଥନୀତି ଅଧ୍ୟାପକ ବିଶ୍ୱରଂଜନ ପଣ୍ଡା,ଓଡ଼ିଆ ଅଧ୍ୟାପିକା ଦୁର୍ମିଳା ବାଘ, ଅର୍ଥନୀତି ସହଯୋଗୀ ଅଧ୍ୟାପିକା ରିତାରାଣୀ ବାଗ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l
ସାତ ଦିନ ବ୍ୟାପି ଆୟୋଜିତ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରେ ଅନେକ ପ୍ରକାର ବୃକ୍ଷ ଚାରା ରୋପଣ କରିଥିଲେ l ସାତଦିନ ବ୍ୟାପି ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକୁ ଡିଗ୍ରୀ ମହାବିଦ୍ୟାଳୟ ର କର୍ମକର୍ତ୍ତା ଯଥା ଖେଳ ଶିକ୍ଷକ ସନ୍ଦୀପ କୁମାର ଯୋଶୀ, ଗ୍ରନ୍ଥଗାରିକ ସେମନ ଲାଲ ସାହୁ,ମୁଖ୍ୟ କିରାଣୀ ହରିଶ୍ଚନ୍ଦ୍ର ସାହୁ, ଦେବଶରଣ ସାହୁ,ପୁଷ୍ପଧ୍ୱଜ ଧୂରୁଆ,ଲାଲକୃଷ୍ଣ ମନହିରା,ରାଜେନ୍ଦ୍ର କୁମାର ସୁନାନୀ ସମେତ ଅନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ l
