ପାରାଦୀପ କଳିଙ୍ଗ ବାଲିଯାତ୍ରାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ କଳିଙ୍ଗ ବାଲିଯାତ୍ରାର ଉଦ୍ଘାଟନ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ । ଏନେଇ ସୂଚନା ଦେଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ନଭେମ୍ବର ୪ରୁ ୧୦ ତାରିଖ ଯାଏ କଳିଙ୍ଗ ବାଲିଯାତ୍ରା ଆୟୋଜିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
