ପାରାଦୀପ ବନ୍ଦରରେ ଅଟକିଥିବା ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ସାମୁଦ୍ରିକ ବ୍ୟବସାୟ ବିବାଦକୁ ନେଇ ରୁଜୁ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଏମଭି ଦି ପାଟ୍ରନ ଟିମ ଆଇଏମଓ-481439 ଜାହାଜ ବିରୋଧରେ କରାଯାଇଛି ।
ପ୍ରତିପକ୍ଷ ଏମଭି ଦି ପାଟ୍ରନ ଟିମକୁ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଥିବା ବେଳେ ଜାନୁଆରୀ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ୨୦୨,୦୦୦ ଆମେରିକୀୟ ଡଲାର ଦାବି କରି ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ବିରୋଧରେ ଏହି ମାମଲା ରୁଜୁ ହୋଇଛି ।ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ପାରାଦୀପ ବନ୍ଦର ଛାଡି ଦେଲେ ଏହି ମାମଲା ନିରର୍ଥକ ହେବ ବୋଲି ଆବେଦନକାରୀ ଦର୍ଶାଇଥିବା ବେଳେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ
