ପାରାଦୀପ ବନ୍ଦର ରାଜ୍ୟ ପ୍ରଗତିରେ ଏକ ଅବିଚ୍ଛେଦ୍ୟ ଅଙ୍ଗ : ପାରାଦୀପରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍
ପାରାଦୀପରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍ । ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି । କହିଛନ୍ତି, ରାଜ୍ୟ ପ୍ରଗତିର ମୁଖଶାଳା ହେଉଛି ପାରାଦୀପ ବନ୍ଦର । ପାରାଦୀପ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ । ବନ୍ଦର ଭିତ୍ତିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୪୦ ହଜାର କୋଟି ନିବେଶରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ । ଖାଲି ବାଣିଜ୍ୟ ବ୍ୟବସାୟ ନୁହେଁ, ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରାଯିବ । ୮୦ ହଜାର କୋଟି ଟଙ୍କା ନିବେଶରେ ହେବ ନାଫ୍ଥା କ୍ରାକର୍ ପ୍ରୋଜେକ୍ଟ । ପାରାଦୀପ ସି ବିଚ୍ ହେବ ବ୍ଲୁ ଫ୍ଲାଗ ବିଚ୍, ବିଶ୍ଵସ୍ତରୀୟ ମ୍ୟୁଜିୟମ୍ ତିଆରି ହେବ ।
